ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ

0 26

ବାରଙ୍ଗ,୨୬/୮(ଏସଏସନିଉଜ)କୁହ୍ନେଇଁପଡା ଗ୍ରାମ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସୋମବାର ଦିନ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହା ସହିତ ମଙ୍ଗଳବାର ଦିନ ନନ୍ଦୋତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୋମବାର ଦିନ ମନ୍ଦିରରେ ମଙ୍ଗଳ ଆଳତି ସହ ଠାକୁର ନିତି କାନ୍ତି ସରିବା ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଇ ଥିଲା। ରାତି ୧୨ ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇ ଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଭକ୍ତମାନେ ଉପସ୍ଥିତ ଥିଲେ ।ଶେଷରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । କାର୍ୟ୍ୟକ୍ରମକୁ ରାଧା ଗୋବିନ୍ଦଧାମର ସଭାପତି ନିରଞ୍ଜନ ସ୍ବାଇଁ, ସାଧାରଣ ସଂପାଦକ ଶିବ ପ୍ରସାଦ ସାହୁ, ଉପଦେଷ୍ଟା ସୁରେଶ ମହାନ୍ତି, ନିରଞ୍ଜନ ସେଠୀ, ବିଜୟ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ସେହିଭଳିଭାବେ ନରାଜ,ବଡମୁଣ୍ଡଳି,ସାନମୁଣ୍ଡଳି,ଅରିଲୋ,ଗୋଡିସାହି,ବାଆଁରା,ଭଗିପୁର,ପଦାସାହି,ମରଚିଆ,ପଥରଗାଡିଆ ଆଦିଗ୍ରାମରେ ମହାସମାରୋହର ସହ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି ।

Leave A Reply

Your email address will not be published.