ଭୁବନେଶ୍ୱର,୨୪/୨(ଏସଏସନିଉଜ) ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକୁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ୟୁକ୍ରେନକୁ ସମର୍ଥନ କଲେ ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି । ୟୁକ୍ରେନରୁ ଆସୁଥିବା ଧମକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଗଣମାଧ୍ୟମ ଆଗରେ ପୁଟିନ ସ୍ପଷ୍ଟ କରିଛନ୍ତି ।ପୁଟିନଙ୍କ ଚେତାବନୀ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧକୁ ଯେପରି ଆହ୍ୱାନ ଦେଲାଭଳି ମନେହେଉଛି । ୟୁକ୍ରେନ୍ ରାଜଧାନୀ ସମେତ ୧୩ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।