ଭୁବନେଶ୍ୱର,୧୭ା୯(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନରାଜ୍ୟପାଳ ତଥା ବରିଷ୍ଠନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଏହି ସାକ୍ଷାତସମୟରେ ମୁଖ୍ୟମନ୍ତ୍ରୀ ହରିଚନ୍ଦନଙ୍କ ଆଶୁଆରୋଗ୍ୟ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ହରିଚନ୍ଦନଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରମାନଙ୍କସହିତ ତାଙ୍କ ସ୍ବାସ୍ଥ୍ୟସମ୍ପର୍କରେ ଆଲୋଚନା କରିବାସହ ସେ ଯେପରି ଶୀଘ୍ରଆରୋଗ୍ୟ ଲାଭକରିବେ ସେଥିପାଇଁ ଧ୍ୟାନଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସାକ୍ଷାତସମୟରେ ହରିଚନ୍ଦନଙ୍କପୁତ୍ର ତଥା ରାଜ୍ୟ ଆଇନ୍, ପୂର୍ତ୍ତ ଓ ଅବକାରୀମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲୋଅନ୍ୟପଟେ ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅସୁସ୍ଥତା ଖବର ପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନପଟ୍ଟନାୟକ ହରିଚନ୍ଦନଙ୍କପୁଅ ତଥା ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଫୋନ୍ କରି ବିଶ୍ୱଭୂଷଣ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।