ପୁଣି ଫେରିବ ଲକ୍‌ଡାଉନ୍, ମିଳିଲା ଇଶାରା

ଆଜିର ଖବର ତାରିଖ–୦୨-୦୯-୨୦୨୧(ଗୁରୁବାର)

0 386

୧. ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍‌ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ ।
୨. ୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା ।
୩. ଆତଙ୍କୀ ସଂଗଠନର ଟପ୍‌ ଲିଡର୍‌ ଶେରୁ ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ ।
୪. ବର୍ଷୀୟାନ ଅଭିନେତ୍ରୀ ସାଇରା ବାନୁଙ୍କୁ ବୁଧବାର ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି।
୫. ଓଭାଲରେ ଚତୁର୍ଥ ଟେଷ୍ଟ; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ ।
୬. କେରଳ:ପୁଣି ଫେରିବ ଲକ୍‌ଡାଉନ୍, କେନ୍ଦ୍ର ସରକାର ଦେଲେ ଇଶାରା ।
୭. ଗୁରୁବାର ତାରିଖ ଘୋଷଣା: ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ପିଲା ଦେଇପାରିବେ ଅଫ୍‌ଲାଇନ୍‌ରେ ପରୀକ୍ଷା । ଆସନ୍ତାକାଲି ଅଫ୍‌ଲାଇନ୍‌ରେ ପରୀକ୍ଷା ନେଇ ତାରିଖ ଘୋଷଣା ହେବ । ଅଫ୍‌ଲାଇନ ପରୀକ୍ଷାର ଫଳକୁ ଅନ୍ତିମ ରେଜଲ୍‌ଟ ବୋଲି ଧରାଯିବ ।ସେପ୍ଟେମ୍ବର ୩ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ ଲାଗି ୫ ଦିନ ସମୟ ମିଳିବ।
୮. କୋଭିଡ-୧୯ରେ ବିମାନ ବନ୍ଦର କଟକଣା କଡାକଡି କଲେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର । ବେଙ୍ଗାଲୁରୁର କେମ୍ପେଗୌଡା ଓ ମୁମ୍ବାଇର ମହାରାଜା ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରତି ଯାତ୍ରୀଙ୍କ ଆରଟି-ପିସିଆର ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି ।
୯. ଗାଈକୁ ରାଷ୍ଟ୍ର ପଶୁ ଘୋଷଣା କରାଯାଉ : ଆଲ୍ହାବାଦ ହୋଇକୋର୍ଟ ।
୧୦. ଦିଲ୍ଲୀ ନଏଡାରେ ଭାଙ୍ଗିବ ୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର । ବେଆଇନ ନିର୍ମିତ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।
୧୧. ଦେଶବ୍ୟାପୀ ‘ଫିଟ୍ ଇଣ୍ଡିଆ କୁଇଜ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବାକୁ ଯୋଗାଇ ଦିଆଯିବ ସୁବିଧା ।
୧୨. ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଆସନ୍ତା ସପ୍ତାହରେ ଭାରତୀୟ ଦଳ ଘୋଷଣା କରାଯିବ ।
୧୩. ଅଷ୍ଟ୍ରେଲିଆ ସହ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ତାଲିବାନର ଅନୁମତି ।
୧୪. ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍‌ ସହ ଯୋଡ଼ିବା ପାଇଁ ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌’ କାର୍ଯ୍ୟକ୍ରମ
୧୫. କରୋନା ନୂଆ ମ୍ୟୁଟାଣ୍ଟକୁ ନେଇ ଚର୍ଚ୍ଚା ! ଚୀନ, ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ସମେତ ୭ଟି ଦେଶରେ ବ୍ୟାପୁଛି ନୂଆ ଭ୍ୟାରିଆଣ୍ଟ ।
୧୬. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୬୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୩ ହଜାର ୯୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮ ହଜାର ୪୬୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୪୯୩ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୨ କୁ ବୃଦ୍ଧି ହୋଇଛି
୧୭. ପୂର୍ବତଟ ରେଳପଥ ଦ୍ୱାରା ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ୯୪.୨୬ ନିୟୁତ ଟନ ପଣ୍ୟ ପରିବହନ ।
୧୮. କୋଭିଡ ମୁକାବିଲା ପାଇଁ ବିଶ୍ବବିଦ୍ୟାଳୟ ଓ କଲେଜରେ ପ୍ରସ୍ତୁତ କରାଯିବ ଯୁବ ଯୋଦ୍ଧା ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING ।।

Leave A Reply

Your email address will not be published.