ପୁଣି ବ୍ରାହ୍ମଣୀନଦୀରେ ବୁଡିଗଲେ ୨କଲେଜଛାତ୍ର, ୪ ଉଦ୍ଧାର

ରାଉରକେଲା,୮ା୬(ଏସଏସନିଉଜ) ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଦୁଇଜଣଛାତ୍ର ମୃତ୍ୟୁବରଣ କରିଛନ୍ତି ।ସେମାନେ ହେଲେ ରଜତ ସାହୁ (୨୧) ଓ ସମୀରନ ସୁକୁମାର ନାୟକ (୨୩)। ରାଉରକେଲା ଏନ୍‌ଆଇଟିକୁ ଇଣ୍ଟରନସିପ୍ ପାଇଁ ଆସିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ରଜତ , ସମୀରନ୍ ଓସେମାନଙ୍କ ସାଥି ଭିସୁଟ୍‌ର ଛାତ୍ରୀ ଅଭିଲିପ୍‌ସା ପ୍ରଧାନ, ବୈଷ୍ଣୁଦେବୀ, ସମ୍ବଲପୁର ବିଶ୍ବବିଦ୍ୟାଳୟର ସମ୍ବିଧାନ ସାହୁ ଓ ସୋଆ ବିଶ୍ବବିଦ୍ୟାଳୟର ଛାତ୍ର ତପନ କୁମାର ପାତ୍ର ବେଦବ୍ୟାସ ମନ୍ଦିରକୁ ଆଜି ବୁଲିବାକୁ ଯାଇଥିଲେ। ମନ୍ଦିର ବୁଲିସାରିବାପରେ ନିକଟରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଜଳରସ୍ରୋତରେ ସମସ୍ତ ଛାତ୍ରଛାତ୍ରୀ ଭାସି ଯାଇଥିବାବେଳେ ବହୁ କଷ୍ଟରେ ୪ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

- Advertisement -

Leave A Reply

Your email address will not be published.