ବାରଙ୍ଗ,୩୦/୧୧(ଏସଏସନିଉଜ)ଶନିବାର ରାତିରେବାରସୀଙ୍ଗା ଗ୍ରାମର ଜଣେ ଦମ୍ପତ୍ତିଙ୍କୁ ଅର୍ଧାଧଗ୍ନ ଅବସ୍ତାରେ ଗ୍ରାମବାସୀ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।ଉଭୟଙ୍କ ଶରୀର ପ୍ରାୟ ୫୦ଭାଗରୁ ଉର୍ଦ୍ଧ ପୋଡି ଯାଇଥିବାର ଜଣାପଡିଛି।ଗୁରୁତର ଆହତ ଦମ୍ପତି ହେଉଛନ୍ତି ଦୀନବନ୍ଧୁ ରାଉତ(୪୦) ଓ ପତ୍ନୀ ସସ୍ମିତା ରାଉତ(୩୭)।ଏହି ଘଟଣାରେ ବାରଙ୍ଗଥାନା ପୋଲିସ ଦୀନବନ୍ଧୁଙ୍କ ବାପା ଗୋବର୍ଦ୍ଧନ ଙ୍କୁ ଘର ଛାତ ଉପରେ ଲୁଚିଥିବା ବେଳେ ଧରି ଥାନାରେ ଅଟକ ରଖିଛି।ତେବେ ଗୋବର୍ଦ୍ଧନ ଏହି କାଣ୍ଡ କରିଥିବାର ଅଭିଯୋଗ ହେଉଛି।
ପ୍ରକାଶଯେ,ଦୀନବନ୍ଧୁ ଗୋଡିସାହି ବଜାରରେ ଏକ ଚପଲ ଦୋକାନ ଦେଇ ସେଥିରୁ ମିଳୁଥିବା ଅର୍ଥରେ ପରିବାର ପ୍ରତିପୋଷଣ କରିଥାନ୍ତି।ଦୀନବନ୍ଧୁଙ୍କ ବାପା ଗୋବର୍ଦ୍ଧନ ପ୍ରାୟ ସମୟରେ ମଦ୍ୟପାନ କରୁଥିବାରୁ ଏହାକୁ ନେଇ ଘରେ ଅଶାନ୍ତି ଲାଗି ରହିଥାଏ।ଶନିବାର ରାତିରେ ମଦ୍ୟପ ବାପା ସହ ପୁଅ ବୋହୁଙ୍କର ପାଟିତୁଣ୍ଡ ଆରମ୍ଭ ହୋଇଥିଲା।ଏଥିରେ ଉତ୍କ୍ଷିପ୍ତ ହୋଇ ବାପା ପେଟ୍ରୋଲ ପକାଇ ନିଆ ଲଗାଇଦେବାରୁ ପୁଅ ଓ ବୋହୂ ଗୁରୁତର ଆହତ ହୋଇଛନ୍ତି।ଷୌଭାଗ୍ୟ ବଶଃତ ଏମାନଙ୍କ ୩ବର୍ଷର ଛୋଟପୁଅ ଓ ବୁଢୀମା ବଞ୍ଚି ଯାଇଛନ୍ତି।ଘଟଣା ପରେ ବୁଢ଼ୀମା ଓ ପୁଅର ଚିକ୍ତାର ଶୁଣି ଗ୍ରାମବାସୀ ମାନେ ଆସିବାରୁ ବାପା ଘରର ଛାତ ଉପରକୁ ଯାଇ ଲୁଚିଯାଇଥିଲେ।ଗ୍ରାମବାସୀମାନେ ଗୁରୁତର ଆହତ ଅବସ୍ଥାରେ ଦମ୍ପତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ।ଖବରପାଇ ବାରଙ୍ଗଥାନା ପୋଲିସ ଆସି ବାପା ଗୋବର୍ଦ୍ଧନକୁ ଲୁଚିଥିବା ବେଳେ ଘର ଛାତ ଉପରୁ ଧରିଥିଲା।ଗୋବର୍ଦ୍ଧନଙ୍କ ଶରୀରର ଅଳ୍ପ କିଛି ଜାଗା ପୋଡି ଯାଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛି।ଅନ୍ୟପଟେ ପୁଅ ବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିବାର ଗୋବର୍ଦ୍ଧନ ପୋଲିସ ଆଗରେ ସ୍ବୀକାର କରିଥିବାର ଜଣାପଡିଛି।
Prev Post
Next Post