ପ୍ରଥମକରି ମାହେଲା ଚିତାବିରାଡି

0 136

ବାରଙ୍ଗ,୭।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସି ଖବର । ନୂଆ କରି ଆଇଜଲ ଚିଡ଼ିଆଖାନା ରୁ ଆସିଥିବା ଏକ ଚିତାବିରାଡି ପ୍ରଥମକରି ଗୋଟିଏ ଶାବକ ଜନ୍ମଲାଭ କରିଛି।ଜନ୍ମପରେ ମା ଓ ଛୁଆ ସୁସ୍ଥ ଥିବାବେଳେ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଛି । ତେବେ ପ୍ରଥମ କରି ଶାବକ ଜନ୍ମ କରିବାକୁ ନେଇ କର୍ତ୍ତୁପକ୍ଷ ଖୁସି କରୁଥିବା ବେଳେ ଅନ୍ୟପଟେ ଧଳା ବାଘୁଣୀ ରୂପା ଶାବକ ଅସୁସ୍ଥ କୁ ନେଇ ଚିନ୍ତାରେ ଅଛନ୍ତି । ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସରେ ମିଜୋରାମର ଆଇଜର ଚିଡିଆଖାନାରୁ ଦୁଇଟି ମାଇ ଓ ଅଣ୍ଡିରା ଚିତା ବିରାଡ଼ି ଅଣାଯାଇଥିଲା । ସେଥିମଧ୍ୟରୁ ଆସିବାର ଦିନ କ ପରେ ମାଇ ଚିତା ବିରାଡ଼ିର ମୃତ୍ୟୁ ହୋଇଥିଲା । ପୁଣି ନିସଙ୍ଗ ଜୀବନ ବିତାଉଥିବା ଅଣ୍ଡିରା ଚିତା ବିରାଡ଼ିକୁ ସାଥି ଯୋଗାଇ ଦେବା ପାଇଁ ସେପ୍ଟେମ୍ବର ମାସରେ ଆଉ ଦୁଇଟିଚିତା ବିରାଡ଼ି ଆଣିଥିଲେ କର୍ତ୍ତୁପକ୍ଷ । ସେଥି ମଧ୍ୟରୁ ଶନିବାର ବିଳମ୍ବିତ ରାତିରେ ମାଈ ଚିତାବିରାଡିଟି ପ୍ରଥମ କରି ଶାବକ ଜନ୍ମ ଦେଇଛି। ଫଳରେ ନନ୍ଦନକାନନର ଚିତାବିରାଡି ସଂଖ୍ୟା ୪କୁ ବୃଦ୍ଧିପାଇଛି।

Leave A Reply

Your email address will not be published.