ବାରଙ୍ଗ,୧୪।୨(ଏସଏସନିଉଜ) ବନ୍ଦ ହୋଇଯାଇ ଥିବା ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ
ପୁନ କାର୍ଯ୍ୟକ୍ଷମକରିବା ଦାବୀରେ
ଅଭିଭାବକମାନେ ୧୨ଦିନ ହେବ ଧାରଣା ଦେଇଛନ୍ତି।ଏହି ଧାରଣାକୁ ବନ୍ଦ କରିବାପାଇ ଶୁକ୍ରବାର ଦିନ ପ୍ରଶାସନପକ୍ଷରୁ ଧାରଣାରତ ଅଭିଭାବକମାନଙ୍କୁ ଗିରଫର ଭୟ ଦିଆଯାଇଥିଲେ ସୁଦ୍ଧା କୌଣସି ପ୍ରଭାବ ପଡ଼ିପାରିନାହି। ଯାହାଫଳରେ ଅଭିଭାବକମାନେ ନିଜ ଜିଦ୍ ରେ ଅଟଳରହି ପ୍ରତିବାଦ ଚଳାଇଥିବାରୁ ପ୍ରଶାସନକୁ ଫେରିବାକୁ ପଡ଼ିଛି।
ପ୍ରକାଶ ଯେ,ପିଲାସଂଖ୍ୟା କମଥିବାର ଦର୍ଶାଯାଇ ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ
ପାଖ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା ।କିନ୍ତୁ ମାର୍ଥାପୁର ଗ୍ରାମବାସୀମାନଙ୍କ ସହ ଅଭିଭାବକମାନେ ପିଲାମାନଙ୍କର ଯାତାୟତର ଅସୁବିଧାକୁ ଦୃଷ୍ଟିରେ ରଖି ପୁନଃ ବିଦ୍ୟାଳୟ ଚାଲୁରଖିବା ପାଇଁ ଗତ ୩ତାରିଖରେ କଟକଉପଜିଲ୍ଲାପାଳ ସହ ବାରଙ୍ଗ ବିଡିଓଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ।ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା।ଯାହାଫଳରେ ଅଭିଭାବକମାନେ ସେହିଦିନଠାରୁ ପୁନଃ ବିଦ୍ୟାଳୟ ଖୋଲିବା ଦାବିରେବିଦ୍ୟାଳୟ ଆଗରେ ଧାରଣାରେ ବସିଥିଲେ।ଶୁକ୍ରବାର ଦିନ ୧୨ଟା ପାଖାପାଖି ବାରଙ୍ଗ ତହସିଲଦାର ତୁଷାର ଜ୍ୟୋତି ରଞ୍ଜନ ଓ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ ସଦଳବଲେ ପହଁଚିଥିଲେ।ବେଆଇନ ଭାବେ ଦିଆଯାଇଥିବା ଧାରଣା ବନ୍ଦ ନକଲେ ଗିରଫ ହେବାର ଭୟ ଦିଆଯାଇଥିଲେପୋଲିସ ଓ ତହସିଲଦାରଙ୍କ କଥାକୁ ଖାତିରି ନକରି ଅଭିଭାବକମାନେ ପୂର୍ବପରି ଆନ୍ଦୋଳନକୁ ବଳବତ୍ତର ରଖିଥିଲେ।ତେବେ ପ୍ରଶାସନର ଏଭଳି ମନ୍ତବ୍ୟକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଫଳସ୍ୱରୁପ୍ପ୍ରଶାସନକୁ ସେଠାରୁ ଫେରିବାକୁ ପଡ଼ିଥିଲା।ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ସେଠାରେ ଗ୍ରାମୀଣ ଅଦାଲତ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି ।ଏଠାରେ ପୁନ ବିଦ୍ୟାଳୟ ଚାଲୁ କରିବା ପାଇଁ ୨୦୨୧ ମସିହା ଠାରୁ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇ ପ୍ରଶାସନ କୁ ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଛି। ପ୍ରଶାସନ ଆମମାନଙ୍କ ଦାବିକୁ ଭଲ ଭାବରେ ବୁଝି ପ୍ରତିଶ୍ରୁତି ଦେଉଛି କିନ୍ତୁ କାର୍ଯ୍ୟକାରୀ କରୁନଥିବାରୁ ଧାରଣା ରେ ବସିଛୁ ବୋଲି ଧାରଣା ରେ ବସିଥିବା ନରାଜ-ମାର୍ଥାପୁର ସରପଂଚ ଗିତାଞ୍ଜଳୀ ସାହୁ, ମାର୍ଥାପୁର ସରକାରୀ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ମମତା ବେହେରା, ମଞ୍ଜୁଲତା ବିଶ୍ୱାଳ, କୁନିଲତା ନାୟକ, ପୁଷ୍ପଲତା ପାଇଟାଲ, ରଶ୍ମିତା ପାଇଟାଲ, ଅମ୍ୱିକା ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ପାଇଟାଲ, ସମିତା ଓଝା, ସୌଦାମିନୀ ପାଇଟାଲ, ନଳିନୀ ପାଇଟାଲ, ବିରେନ ପାଇଟାଲ ଚାଷୀ ନେତା ବସନ୍ତ ନାୟକ ପ୍ରମୁଖ କହିଛନ୍ତି ।