ପ୍ରସବ କଲେ ଦଶମ ଛାତ୍ରୀ

ମାଲକାନଗିରି,୨୫ା୨(ଏସଏସନିୟୁଜ) ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।ଛାତ୍ରୀ ଜଚ୍ଚଙ୍କ ଏକ ବିଦ୍ୟାଳୟରେ ହଷ୍ଟେଲରେରହି ପାଠପଢ଼ୁଥିବା ଛାତ୍ରୀଜଣକ ବର୍ତ୍ତମାନ ଦଶମପରୀକ୍ଷା ଦେଉଛନ୍ତି। ଗତକାଲି ସେ ଇଂରାଜୀପରୀକ୍ଷା ଦେଇଥିବା ଛାତ୍ରୀଙ୍କ ବାପା କହିଛନ୍ତି। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଫୋନ ପାଇ ଛାତ୍ରଙ୍କ ବାପା ସ୍କୁଲକୁ ଆସିବାପରେ ଅଘଟଣ ବିଷୟରେ ଜାଣିବାକୁ ପାଇଥିଲେ ।ଏକଥା ଜାଣିବାପରେ ବାପାଙ୍କ ମୁଣ୍ଡ ଘୁରାଇ ଯାଇଥିଲା। ମେଡ଼ିକାଲ ଆସି ପରିବାର ଲୋକେ ଦେଖିଥିଲେ। ତେବେ ସ୍କୁଲ କର୍ତ୍ତୃପକ୍ଷ କିପରି ଛାତ୍ରୀ ଗର୍ଭବତୀ ଥିବା ଜାଣିପାରିନଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

- Advertisement -

Leave A Reply

Your email address will not be published.