୧. ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ ଘଟଣା । କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କଲା କ୍ରାଇମବ୍ରାଞ୍ଚ ।
୨. ହିନ୍ଦୁମାନଙ୍କୁ ହେଉଥିବା ନୃଶଂସ ହତ୍ୟା ବିରୋଧରେ ବଜରଙ୍ଗଦଳ ବିଶ୍ବହିନ୍ଦୁ ପରିଷଦ କର୍ମିଙ୍କ ବିକ୍ଷୋଭ ।
୩. ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଥର୍ମାଲ ପ୍ଲାଣ୍ଟରେ କୋଇଲାର ଅଭାବ ଏବଂ କୋଇଲା ଉପସ୍ଥିତ ଷ୍ଟକ ବିଷୟରେ ସୂଚନା ଦେଇଛନ୍ତି ।
୪. ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଜୟନ୍ତୀ ପାଳିତ।
୫. ଏଲନ ମସ୍କ, ଜେଫ୍ ବେଜୋସ ଓ ଚୀନ ପାଇଁ ବିଶ୍ୱରେ ବଢିବ ପ୍ରଦୂଷଣ; ଚେତେଇଲେ ବୈଜ୍ଞାନିକ ।
୬. କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ପସ୍ତୁତି ଚୂଡାନ୍ତ ହୋଇଛି । ଆସନ୍ତା ୧୩ ତାରିଖ ମା’ଙ୍କ ଯାତ୍ରା ହେବ । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରରେ ୧୨ତାରିଖ ରାତି ୮ଟାରୁ ୧୩ ତାରିଖ ମନ୍ଦିରରେ ଛତର ପହଞ୍ଚିବା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁହେବ ।
୭. ଆଇପିଏଲ ସିଜିନରେ ଦ୍ରୁତତମ ବଲ୍ ଫିଙ୍ଗିବାର ମିଳିଲା ଉପହାର, ଭାରତୀୟ ଦଳରେ ସାମିଲ ହେଲେ ଉମରାନ ମଲିକ ।
୮. ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ ।
୯. ଚାଇନାର ନୂଆ ଚାଲ୍: ଅନୁପ୍ରବେଶ ବେଳେ ଚୀନ ସୈନ୍ୟଙ୍କୁ ଅଟକ ରଖିଥିଲା ଭାରତୀୟ ସେନା, ସେପଟେ ଭାରତୀୟ ସୈନ୍ୟଙ୍କ ବନ୍ଧକ ବେଳର ପୂର୍ବ ଫଟୋ ଜାରିକଲା ଡ୍ରାଗନ ।
୧୦. ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଓହରିଯିବ ଓ ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି ।
୧୧. ବନ୍ଦ ହୋଇଯିବ ମିଲ୍ ! ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଛାନିଆଁ ।
୧୨. ଟି-୨୦ ବିଶ୍ଵ କପ୍ ଦଳରୁ ନିଜ ସ୍ଥାନ ହରାଇ ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ? ଚିନ୍ତାର କାରଣ ପାଲଟିଛି ଫର୍ମ ଓ ଫିଟନେସ୍ ।
୧୩. ଦେବଗଡ଼ରେ ୩୦୦ ବେଡ୍ ବିଶିଷ୍ଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ ସହ ଜିଲ୍ଲାର ସମସ୍ତ ୮୭ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
୧୪. ଫାର୍ମା କମ୍ପାନୀ ଉପରେ ଆଇଟି ରେଡ୍; ମିଳିଲା ୫୫୦ କୋଟିର କଳାଧନ ।
୧୫. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୯୭ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୮ ହଜାର ୩୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୪୩୮ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୪୨ କୁ ବୃଦ୍ଧି ହୋଇଛି ।
୧୬. କାଶ୍ମୀର ଘାଟିରେ ବାରମ୍ବାର ଘଟୁଥିବା ଆତଙ୍କୀ ହମଲାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ସପ୍ତାହରେ ଆତଙ୍କବାଦୀ ଆକ୍ରମଣରେ ୭ଜଣ ନୀରିହ ଲୋକ ପ୍ରାଣ ହରାଇଥିବାବେଳେ ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି ।
୧୭. ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି ।
୧୮. ଶିବସେନା ଘୋଷଣା : ଅକ୍ଟୋବର ୧୧ ରେ ମହାରାଷ୍ଟ୍ର କୃଷକଙ୍କ ସମର୍ଥନରେ “ବନ୍ଦ” ରେ ଅଂଶଗ୍ରହଣ କରିବ ।
୧୯. ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ମୁଖ୍ୟତଃ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଧୋଇଯାଇପାରେ ଦଶହରା ।
୨୦. ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ଚ୍ୟାଲେଞ୍ଜ । ପାର୍ବଣ ବେଳରେ ସଂକ୍ରମଣ ଜଗିବାକୁ ବଡ଼ ନିଆଗଲା ପଦକ୍ଷେପ । ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣାକୁ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନସିଂରେ ଆଲୋଚନା ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରିଛନ୍ତି ।
କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING
ଯୋଡ ହସ୍ତେ ଡାକେ ଆଗୋ ମହାମାୟୀ । ଶୁଭ ପାଦ ଦେଇ ତୋରି। ନବରାତ୍ର ଆଜ ଆରମ୍ଭିଲୁ ଆମ୍ଭେ । ମନରେ ହରସ ଭରି ।।ଜୟ ମା ଜଗତଜନନୀ ମା ଦୁର୍ଗେ ଦୁର୍ଗତିନାଶିନୀ
Prev Post
Next Post