ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

୮ଟି ଗାଡ଼ି କ୍ଷତିଗ୍ରସ୍ତ

ଭୁବନେଶ୍ବର,୨୮ା୬(ଏସଏସନିଉଜ) ଦକ୍ଷିଣ-ପଶ୍ଚିମ ମୌସୁମୀ ହିମାଚଳ ପ୍ରଦେଶରେ ପ୍ରବେଶ କରିବା ମାତ୍ରେ ହିଁ ବର୍ଷା ଆରମ୍ଭ ହୋଇଯାଇଛି ।ମୌସୁମୀ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।ଫଳରେ ଶିମଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।ଭୂସ୍କଳନ କାରଣରୁ ପ୍ରାୟ ଆଠଟି ଗାଡ଼ି ନଷ୍ଟ ହୋଇଯାଇଛି ।ଚାମିଆନାରେ ଥିବା ଡ୍ରେନ୍ ନିକଟରେ ପାର୍କିଂ ହୋଇଥିବା ତିନୋଟି ଗାଡ଼ି ଉପରେ ଭୂସ୍କଳନ ହେବା କାରଣରୁ ଆବର୍ଜନା ତଳେ ଗାଡ଼ି ଗୁଡ଼ିକ ପୋତି ହୋଇଯାଇଛି ।ମାଲୟାନାରେ, ପାହାଡ଼ରୁ ବଡ଼ ପଥର ଖସି ରାସ୍ତାରେ ଅଟକି ରହିଥିବା ଚାରିଟି ଗାଡ଼ି ଉପରେ ପଡ଼ିଯାଇଥିଲା ।ଫଳରେ ଦୁଇଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା ।

- Advertisement -

Leave A Reply

Your email address will not be published.