ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ଗତ ୨୦୧୫ ମସିହାରେ ସ୍ୱାଧୀନ ପଲେଇ ହତ୍ୟା ଘଟଣାରେ ଜେଲରୁ ଆସି ଦୀର୍ଘ ୯ବର୍ଷ ଧରି ପୋଲିସ ଆଖିରେ ଧୂଳିଦେଇ ଫେରାରଥିବା ମଧୁ ଏବେ ପୋଲିସ କବ୍ଜାରେ ।ମଧୁବେହେରାଙ୍କ ନାମରେ ଖଲ୍ଲିକୋଟ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ରାହାଜାନି, ବୋମିଙ୍ଗ ଭଳି ୧୭ଟି କେସ ଥିବା ବେଳେ ରାଜ୍ୟର ଭିଭିନ୍ନ ଥାନାରେ ଏକାଧିକ ମାମଲା ରହିଛିାନୂତନ ଭାବେ ଯୋଗ ଦେଇଥିବା ଖଲ୍ଲିକୋଟ ଥାନାଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ରଟିମ ଗଠନ କରାଯାଇ ଆଜି ଖଲ୍ଲିକୋଟ ନାରାୟଣୀ ଜଙ୍ଗଲରାସ୍ତାରୁ ମଧୁକୁ ପିଛାକରି କାବୁ କରିବରେ ସଫଳ ହୋଇଥିଲା ପୋଲିସ ।ମଧୁଠାରୁ ଗୋଟିଏ ପିସ୍ତଲ, ୩ ରାଉଣ୍ଡ ଗୁଳି ସମେତ ଗୋଟିଏ ବାଇକ ଜବତ କରି ଆଜି କୋର୍ଟ ଚାଲାଣ କରାଯାଇଛି ।