ଭୁବନେଶ୍ବର,୨୩ା୭(ଏସଏସନିଉଜ)ସକାଳୁ ସକାଳୁ ବାଇକ୍ରେ ବାହାରି ଯାଉଥିଲେ। ଯିଏ ହାବୁଡ଼ରେ ପଡ଼ିଲା ସୁଯୋଗ ପାଇଲେ ନିର୍ମମଭାବେ କଟୁରିରେ ହାଣି ଲୁଟୁଥିଲେ। ଏମିତି ଏକ କୁଖ୍ୟାତ ‘ଶଳା ଭିଣୋଇ’ ଲୁଟେରା ଗ୍ୟାଙ୍ଗକୁ କମିସନରେ୍ଟ ପୁଲିସ କାବୁ କରିଛି। ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରା ଯାଇଛି। ସେମାନେ ହେଉଛନ୍ତି ବାଣୀବିହାର ଆଖଣ୍ଡଳମଣୀ ବସ୍ତିର ଗଣେଶ ପୃଷ୍ଟି (୪୦), ତା’ ଶଳା ଶଙ୍କର ଦାସ (୨୯) ତଥା ଖାରବେଳନଗର ମସ୍ଜିଦ୍ କଲୋନିର ସେକ୍ ନିୟମତ୍ ଓରଫ ଛୋଟୁ (୪୧)। ପୁଲିସ ସେମାନଙ୍କ ନିକଟରୁ ୨୬ଗ୍ରାମ ଓଜନର ୪ଟି ସୁନାଚେନ୍, ୩ ମୋବାଇଲ୍ ଫୋନ୍, ଗୋଟିଏ ବାଇକ୍, ଏକାଧିକ କଟୁରି ଭର୍ତ୍ତି ହୋଇଥିବା ବ୍ୟାଗ୍ ଆଦି ଜବତ କରିଛି।