ପୋଲିସ-ଗ୍ରାମବାସୀ ମୁହାଁମୁହିଁ

୩୩ଗିରଫ

0 31

ଭୁବନେଶ୍ବର,୨୦ା୭(ଏସଏସନିଉଜ)ଏକ ଜମି ମାପଚୁପକୁ ବିରୋଧ କରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ମଧୁପୁର ଗାଁର ୩୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୬ ମହିଳା ଅଛନ୍ତି। ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଦଫା ୧୦୯(ଆଇପିସି ଦଫା ୩୦୭)ରେ ମାମଲା ରୁଜୁ କରାଯାଇଛି। ଗିରଫଦାରୀ ବଢ଼ିବା ଡରରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ୧୦ ତାରିଖ ଦିନ ଏହି ଗଣ୍ଡଗୋଳ ଘଟିଥିଲା। ମଧୁପୁର ଗାଁ ମୁଣ୍ଡରେ ରଞ୍ଜନ ମହାପାତ୍ରଙ୍କର ଏକ ଜମିକୁ ନେଇ ଏହି ଗଣ୍ଡଗୋଳ ଘଟିଥିଲା। ଗ୍ରାମବାସୀମାନଙ୍କ କହିବା କଥା ଜମିଟି ବହୁ କାଳରୁ ପଡ଼ିଆ ପଡ଼ିଛି। ଗ୍ରାମବାସୀମାନେ ଗାଁର ପର୍ବପର୍ବାଣୀ ପାଇଁ ଜମିକୁ ବ୍ୟବହାର କରିଆସୁଛନ୍ତି। ତେଣୁ ଜମିଟି ସରକାରୀ। ଏବେ ରଞ୍ଜନ ମହାପାତ୍ର ଜାଲ୍ କାଗଜପତ୍ର ବଳରେ ଏହି ଜମିକୁ କବ୍‌ଜା କରିବାକୁ ବସିଛନ୍ତି। ଚନ୍ଦକା ଥାନା ପୁଲିସ ଉପସ୍ଥିତିରେ ଏହି ଜାଗା ମାପଚୁପ ବେଳେ ବିବାଦ ଦେଖାଦେଇଥିଲା ।ପୋଲିସ ବିଲ୍ଡରକୁ ସହଯୋଗ କରୁଥିବାର ଦର୍ଶାଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।ଗ୍ରାମବାସୀମାନେ ପୋଲିସକୁ ଆକ୍ରମଣ କରିଥିଲେ ।ଏହି ଘଟଣାରେ ପୋଲିସ ଏକ ପ୍ରମୁଖ ରାଜନୈତିକ ଦଳରୁ ଏକଦା ବିଧାୟକ ପ୍ରାର୍ଥୀ ହୋଇଥିବା ବିଦ୍ୟାଧର ଦେହୁରୀଙ୍କ ସମେତ ୩୩ ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।

Leave A Reply

Your email address will not be published.