ବାରଙ୍ଗ,୧୨/୧୦ (ଏସଏସ ନିଉଜ) ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ଗିରିଙ୍ଗାପୁଟ ଡାକ ପୋଖରୀ ରାସ୍ତାକଡ଼ରେ ବୁଧବାର ରାତିରେ ଏକ ନବଜାତକ ୪ଦିନର ଶିଶୁକନ୍ୟାକୁ ଉଦ୍ଧର କରାଯାଇଛି। ଗିରିଙ୍ଗାପୁଟ ଗାଁର ଗିତା ସ୍ୱାଇଁ ଓ ଜିତେନ୍ଦ୍ର ସ୍ୱାଇଁ ବୁଧବାର ରାତିରେ ଡାକ ପୋଖରୀକୁ ଶୌଚ ପାଇଁ ଯାଇଥିଲେ।ଏହି ସମୟରେ ଏକ ଛୋଟ ପିଲାର କାନ୍ଦିବା ଶୁଣି ଏହି ଦମ୍ପତି ଟର୍ଚ୍ଚ ମାରି କାନ୍ଦ ଆସୁଥିବା ସ୍ଥାନକୁ ଅନୁସରଣ କରି ଯାଇଥିଲେ।ସେଠାରେ ପହଂଚି ନବଜାତ ଶିଶୁକନ୍ୟା ଟି କାନ୍ଦୁଥିବାର ଦେଖି ଉଦ୍ଧାର କରିଥିଲେ।ଛୁଆଟିର ପିଠିରେ ଆବୁ ଭଳି ଫୁଲିଥିବାରୁ ଚିକିତ୍ସା ପାଇଁ ମେଣ୍ଢାଶାଳ ଡାକ୍ତରଖାନାକୁ ଆଣିଥିଲେ।ଖବର ପାଇ ମେଣ୍ଢାଶାଳ ଫାଣ୍ଡି ପୋଲିସ ପହଁଛି ଶିଶୁ ସୁରକ୍ଷା ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଗୁରୁବାର ଏହି ସଂସ୍ଥା ଆସି ପିଲାଟିକୁ ନେବ ବୋଲି ଜଣାପଡିଛି।ଅନ୍ୟପଟେ ଏହି ନବଜାତକ ଟି କନ୍ୟା ହୋଇଥିବାରୁ କେହି ଛାଡି ଦେଇଥିବାବେଳେ ୪ଦିନର ଶିଶୁକନ୍ୟା ଟି ହୋଇଥିବାବେଳେ ଡାକ୍ତରଖାନାରେ ଛୁଆଟି ରହିଛି ବୋଲି ମେଣ୍ଢାଶାଳ ସ୍ୱାସ୍ତ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସକ ମୋହନ ହେମ୍ରମ କହିଛନ୍ତି।(ପଦ୍ମଚରଣ ବଡ଼ ଜେନାଙ୍କ ରିପୋର୍ଟ)