ଧାମରା,୨୧/୧୦(ଏସଏସ ନିଉଜ) ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦି କ୍ଷମତା ହେଉଛି ୧ ହଜାରରୁ ୨ ହଜାର କିମି। ପରୀକ୍ଷଣ ସମୟରେ ଡିଆରଡିଓର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।