ପାଣି ପାଇଁ ରାସ୍ତାକୁ ଆସିଲେ ଗ୍ରାମବାସୀ

କାମାକ୍ଷାନଗର,୬/୬(ଏସଏସନିଉଜ)ପ୍ରସାସନକୁ ଜଣାଇଲେ ।ଶୁଣିଲେନାହିଁ ।ବାଧ୍ୟହୋଇ ପାଣି ପାଇଁ ରାସ୍ତାକୁ ଆସିଛନ୍ତି ଗ୍ରାମବାସୀ । ଜାତୀୟ ରାଜପଥ-୫୩ର ବାଉଁଶପାଳ ଛକ ନିକଟରେ ରାସ୍ତା ଅବରୋଧ କଲେ ଶତାଧିକ ମହିଳା ଓ ପୁରୁଷ ।ଶବର ସାହିର ବାସିନ୍ଦାମାନେ ଜାତୀୟ ରାଜପଥକୁ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ କରିବାଫଳରେ ଅନଗୁଳ ଓ ଯାଜପୁର ରୋଡ଼ ମଧ୍ୟରେ ଯାନବାହାନ ଚଳାଚଳ ବ୍ୟାହତ ହବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିଲା ।ଖବରପାଇ କାମାକ୍ଷାନଗର ପୁଲିସ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରିବା ସହ ସରପଂଚଙ୍କ ଦ୍ୱାରା ଏହାର ସ୍ଥାୟୀ ପ୍ରତିକାର କରିବାପାଇଁ ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ଉଠିଥିଲା ।

 

- Advertisement -

Leave A Reply

Your email address will not be published.