ପାନବରଜର ପୋଲିଂ ବୁଥ୍

କାକଟପୁର,୧ା୬(ଏସଏସନିଉଜ) ପୁରୀ ସଂସଦୀୟ କ୍ଷେତ୍ରର କାକଟପୁରର ଏକ ଇକୋ ଫ୍ରେଣ୍ଡଲି ପୋଲିଂ ବୁଥ୍ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ପୋଲିଂ ବୁଥ୍‌ରେ ପାନ ବରଜ ପାଲଟିଛି। ପାନ ବରଜ ଷ୍ଟାଇଲରେ ତିଆରି ହେଇଛି ପୋଲିଂ ବୁଥ୍ । ପୋଲିଂ ବୁଥ୍ ଉପରେ ପାନ ବରଜ ଭଳି ତାଟି, ବେଣା ଛପର ସାଙ୍ଗକୁ ଚାରିପଟେ ପାନ ଗଛ ରୋପଣ କରାଯାଇଛି। ପାନ ଗଛ ଗୁଡିକୁ ସତେଜ ରଖିବାକୁ କ୍ରମାଗତ ଭାବେ ପାଣି ସିଞ୍ଚନ ମଧ୍ୟ କରାଯାଉଛି ।ଓଡ଼ିଶାର ଚତୁର୍ଥ ତଥା ଶେଷପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଛି। ଓଡିଶାର ଐତିହ୍ୟ ପରମ୍ପରାକୁ ପ୍ରତିପାଦନ କରାଯାଇ କରାଯାଇଥିବା ନିଆରା ପୋଲିଂ ବୁଥକୁ ନେଇ ସବୁଆଡୁ ପ୍ରଶଂସା ମିିଳିଛି । ହସଖୁସିରେ ଯାଇ ଭୋଟ୍ ଦେଉଛନ୍ତି ଭୋଟର ।

- Advertisement -

Leave A Reply

Your email address will not be published.