ଓଲଟିଲା ଟ୍ରାକ୍ଟର, ଚାଲିଗଲା ୧୩ ଜୀବନ

ବୋଲେରୋ ଓଲଟି୨ମୃତ୍ୟୁ

0 73

ଭୁବନେଶ୍ୱର,୩ା୬(ଏସଏସନିଉଜ)ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଟ୍ରାକ୍ଟର । ଘଟଣାସ୍ଥଳରେ ହିଁ ଚାଲିଗଲା ୧୩ ଜୀବନ । ସେହିପରି ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଏକ ଟ୍ରାକ୍ଟରରେ ରାଜଗଡ଼ କୁଲାମପୁରା ରବିବାରରାତିରେ ଯାଉଥିଲେ । ସମସ୍ତ ମୃତାହତ ରାଜସ୍ଥାନ ମୋତିପୁରା ଗାଁର ହୋଇଥିବା ସୂଚନା ମିଳିଛିାସେହିଭଳିଭାବେ ଏକନିର୍ମାଣାଧିନ ବ୍ରିଜରୁ ଖସିପଡିଲା ବୋଲେରୋ,ଯାହାଫଳରେ ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁହୋଇଥିବାବେଳେ୧୦ଜଣ ଆହତ ହୋଇଛନ୍ତି ।ଏନ୍ଏଚ୍ ୫୫ ଝାଙ୍କରପାଲୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାଘଟିଛି ।୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।ଛତିଶଗଡ଼ରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.