କଟକ,୨୯ା୬(ଏସଏସନିଉଜ)ଶନିବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟରାଜପଥର ଦେବତାଗଡା ନିକଟସ୍ଥ ଏକ ଟାୟାର ମରାମତି ଦୋକାନ ନିକଟରେ ଏକ ସିମେଣ୍ଟ ମିକ୍ଚର ୧୦ ଚକିଆ ଟ୍ରକ ରାସ୍ତା ଡିଭାଇଡ଼ରରେ ପିଟିହୋଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା । ଟ୍ରକ ଭିତରେ ଥିବା ୪ ଜଣ ବ୍ୟକ୍ତିଙ୍କୁ ଟ୍ରକର ସମ୍ମୁଖ ପଟ କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ଫଳରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । ଖବର ପାଇ କଟକ ସଦର ପୋଲିସ ଏବଂ ଏନ ଏଚ ଟ୍ରାଫିକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ଓଲଟି ପଡ଼ିଥିବା ସିମେଣ୍ଟ ମିକ୍ଚର ଟ୍ରକକୁ କ୍ରେନ ଯୋଗେ ଉଠାଇବାକୂ ଚେଷ୍ଟା କରିଥିଲେ । ଝିପିଝିପି ବର୍ଷା ହେଉଥିବା ସମୟରେ କଟକରୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଆସୁଥିବା ଇଜ -୨୦ -ଉ-୬୩୭୭ ସିମେଣ୍ଟ କଂକ୍ରିଟ ମିକ୍ଚର ଟ୍ରକ ଏକ ଗାଡ଼ିକୁ ଅତିକ୍ରମ କରିବାକୁ ଯାଇ ରାସ୍ତା ଡିଭାଇଡ଼ରରେ ପିଟିହୋଇ ଓଲଟି ପଡ଼ିଥିଲା । ଯାହାଫଳରେ ଟାୟାର ମରାମତି ଦୋକାନରେ ବସିଥିବା ପିଲାମାନେ ଏବଂ ସ୍ଥାନୀୟ ଲୋକମାନେ ପ୍ରଥମେ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଭିତରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଓଲଟି ପଡିଥିବା ଗାଡ଼ିକୁ କ୍ରେନ ଯୋଗେ ଉଠାଇବା ସମୟରେ ଏହି ରାସ୍ତାରେ କିଛି ସମୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।