ବାରଙ୍ଗ, ୧୫।୨(ଏସଏସନିଉଜ) ବାରଙ୍ଗବ୍ଲକ ଛକ ମୁଖ୍ୟରାସ୍ତା ଉପରେ ଶନିବାର ଅପରାହ୍ନ ୨ଟା ପାଖାପାଖି ରେ ଏକ ନଡ଼ାବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଟ୍ରାକ୍ଟରଟି ନଡ଼ାବୋଝେଇ କରି କେନାଲ ବନ୍ଧ ରାସ୍ତାରେ ଆସୁଥିବା ସମୟରେ ବ୍ଲକ ଛକ ନିକଟ ବାରଙ୍ଗ ମୁଖ୍ୟରାସ୍ତାକୁ ଆସୁଥିବା ବେଳେ ଭାରସମ୍ୟ ହରାଇଓଲଟି ପଡ଼ିଥିଲା।ଅତ୍ୟଧିକ ଲୋଡ଼ିଂ ଯୋଗୁଁ ଗାଡିଟି ଓଲଟି ପଡିଵାରୁ
ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।ଫଳରେ ବାରଙ୍ଗ ମୁଖ୍ୟ ରାସ୍ତା ରେ ସହସହ ଗାଡି ଅଟକି ରହିଥିଲା।ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ଏକ ଜେସିବି ସାହାଯ୍ୟରେ ଟ୍ରାକ୍ଟରକୁ ଉଠାଇବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା।ଅନ୍ୟପଟେ ଗାଡି ଓଲଟି ପଡିବାପରେ ଷୌଭାଗ୍ୟ ବଶଃତଚାଳକ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡିଛି। (ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
Prev Post
Next Post