ଅଫିସରେ ପଶିଲା ନାଗସାପ

ବାରଙ୍ଗ, ୨୧/୧୧(ଏସଏସନିଉଜ)ରତାଗଡ ନୂଆସାହିରେ ନୂତନ ଭାବରେ ଆରମ୍ଭ ହୋଇଥିବା ମେଟ୍ରୋ ରେଳପ୍ରକଳ୍ପର କାର୍ଯ୍ୟାଳୟ ଭିତରୁ ଏକ ନାଗସାପ ଉଦ୍ଧାର ହୋଇଛି। ଗୁରୁବାର ଅପରାହ୍ନରେ ରତାଗଡ଼ ନୂଆସାହିରେ ନୂତନ ଭାବରେ ନିର୍ମିତ ହେଉଥିବା ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟାଳୟ ଭିତରୁ ଗୋଟିଏ ନାଗସାପ ପଶି ଯାଇଥିଲା। କାର୍ଯ୍ୟାଳୟ ଭିତରେ ନାଗସାପର ଗର୍ଜନ ଶୁଣି କର୍ମଚାରୀମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ପରେ ସ୍ନେକ ଉଦ୍ଧାର କାରି ସଦସ୍ୟ ରାଜକିଶୋର ନାୟକ ଖବର ପାଇ ଘଟଣାସ୍ଥଳରୁ ୫ଫୁଟର ଏକ ନାଗସାପକୁ ଉଦ୍ଧାର କରି ନିକଟସ୍ଥ ଚନ୍ଦକା ଅଭୟାରଣ୍ୟରେ ଛାଡ଼ି ଦେଇଥିଲେ।

- Advertisement -

Leave A Reply

Your email address will not be published.