ଆସିକା,୨୫/୧୦(ଏସଏସ ନିଉଜ) ବିଳମ୍ବିତ ରାତିରେ ପଢ଼ାଳ ଗାଁରେ ବାପାଙ୍କୁ ଛୁରି ଭୁସି ନୃଶଂସ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି।ପ୍ରାଥମିକ ସୂଚନା ମୁତାବକ, ଗତ ରାତିରେ କୌଣସି କାରଣକୁ କେନ୍ଦ୍ର କରି ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ମା ଓ ଭଉଣୀଙ୍କୁ ଆକ୍ରମଣ କରିଥିଲେ । ଏହାକୁ ଦେବରାଜ ବିରୋଧ କରିବାରୁ ସେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଏହାପରେ ଦେବରାଜଙ୍କ ଛାତିକୁ ଛୁରୀରେ ଭୁଶି ଫେରାର ହୋଇଯାଇଥିଲେ l