ନନ୍ଦନକାନନରେ ଉଡ଼ନ୍ତା ମୂଷା

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନକୁ ଆସିଛି ଉଡ଼ନ୍ତା ଗୁଣ୍ଡୁଚି ମୂଷା । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲର ଜଣେ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇ ଶନିବାର ଦିନ ଚିକିତ୍ସା ପାଇଁ ପ୍ରାଣୀଉଦ୍ୟାନରେ ଛଡାଯାଇଥିବାର ଜଣାପଡିଛି ।ଏହି ବିରଳ ପ୍ରଜାତିର ଉଡ଼ନ୍ତା ମୂଷାଟିର ଡାହାଣ ପଟ ଡେଣାରେ କ୍ଷତ ହୋଇଥିବା ବେଳେ ଆହତ ଅବସ୍ଥାରେ କର୍ମଚାରୀଜଣଙ୍କ ଉଦ୍ଧାର କରିଥିଲେ । ମୂଷାଟିର ହୋଇଥିବା କ୍ଷତକୁ ଡ୍ରେସିଂ କରାଯାଇ ଆଇସିୟୁରେ ରଖାଯାଇଥିବାର ଜଣାପଡିଛି।ନନ୍ଦନକାନନର ଚିକିତ୍ସକ ମାନଙ୍କଦ୍ୱାରା ପ୍ରାଣିଚିକିତ୍ସାଳୟ ରେ ଚିକିତ୍ସା ଚାଲୁରହିଥିବା ବେଳେ ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡାଯିବ ନା ନନ୍ଦନକାନନରେ ରଖାଯିବ ସେନେଇ କିଛି ସୂଚନା ମିଳିନାହିଁ। ତେବେ ଏହି ପ୍ରଜାତି ମୂଷା ପ୍ରାୟତ ଘଞ୍ଚଜଙ୍ଗଲରେ ଦେଖାଯାଅନ୍ତି। ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଚାଲିଆସିଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.