ବାରଙ୍ଗ,୧୫।୨(ଏସଏସନିଉଜ)ଶନିବାର ଦିନ ୧୧ଟା ସମୟରେ ନନ୍ଦନକାନନରେ ବିଶ୍ୱ ବଜ୍ରକପ୍ତା ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କର୍ମଶାଳା ରେ କଲେଜ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ବାଜ୍ରକପ୍ତାର ଆବଶ୍ୟକତା, ସେମାନଙ୍କ ସଂରକ୍ଷଣ ଉପରେ ବୁଝାଯାଇଥିଲା। ଏଥିରେ ପଟିଆରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ, ବାରଙ୍ଗ କୁଞ୍ଜବିହାରୀ ଡିଗ୍ରୀ କଲେଜ, ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ ମାନଙ୍କ ସହ ବାଜ୍ରକାପ୍ତା ପ୍ରଜନନ କେନ୍ଦ୍ରର ପଶୁପାଳକମାନେ ଅଂଶଗ୍ରହଣ କରିଥିଲେ। ଭାରତରେ ଦେଖାଯାଉଥିବା ବଜ୍ରକପ୍ତା, ସେମାନଙ୍କୁ ଉଦ୍ଧାର କରି ଯତ୍ନ ଓ ସୁରକ୍ଷା ଉପରେ ବୁଝାଯାଇଥିଲା।ପରେ ଏକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା।ପରେ ପ୍ରଜନନ କେନ୍ଦ୍ରର କର୍ମଚାରିମାନଙ୍କୁ ସମ୍ମାନିତ କରାଯାଇଥିଲା।(ଜିତ ରାଉତଙ୍କ ରିପୋର୍ଟ)