ନନ୍ଦନକାନନ ପାଳିଲା ୬୫ ତମ ପ୍ରତିଷ୍ଠା ଦିବସ

ଜିରାଫ ଓ ସିଂଘ ଶାବକଙ୍କ ନାମକରଣ ହେଲା

ବାରଙ୍ଗ, ୭।୧(ଏସଏସନିଉଜ)ନନ୍ଦନକାନନକୁ ବିଶ୍ୱଦରବାରରେ ଅଧିକରୁଅଧିକ ଭାବେ କିଭଳି ପରିଚିତ କରାଯାଇପାରିବ ସେଥିପାଇଁ ସବୁପ୍ରକାରର ଉଦ୍ୟମ କରାଯାଉଛି ।ଏହାକୁ ବିଶ୍ୱସ୍ତରୀୟ ଚିଡିଆଖାନା କରିବାର ଯେଉଁ ଯୋଜନା ମଧ୍ୟ ରହିଛି। ତାହା ଓଡିଶା ପାଇଁ ଗର୍ବ ଓ ଗୈାରବର ବିଷୟ ହେବାକୁ ଯାଉଛି ।ଯାହାକୁ କରିବାପାଇଁ ସରକାର ସକଳ୍ପ ନେଇଛନ୍ତି ।ଏଥିନିମନ୍ତେ ବୈଜ୍ଞାନିକ ,ପରିବେଶବିତ ସହ ଅନ୍ୟାନ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଯୋଡାଯାଉଛି ଓ ଏହାସହ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଙ୍ଗ ଖୁଣ୍ଟିଆ କହିଛନ୍ତି। ନନ୍ଦନକାନନର ୬୫ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଦ୍ୟାନ ର ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କହିଲେ ଯେ ,ଓଡିଶାରେ ପାକୃତିକ ଭଣ୍ଡାର ଓ ସବୁପପ୍ରକାର ଅନୁକୁଳ ପରିବେଶ ରହିଛି ।ତାସହିତ ନନ୍ଦନକାନନର ଭିତିଭୁମିର ବହୁତକିଛି ବିକାଶ କରାଯାଉଛି ।ପୁରୁଣା ଖୁଆଡକୁ ଭାଙ୍ଗି ନୁଆରୁପରେଖ ଦିଆଯିବା ସହ ଏଠାକାର ଜଳବାୟୁ ସହ ଖାପ ଖୁଆଇପାରୁଥିବା ଜୀବଜନ୍ତୁମାନଙ୍କ ବିଷୟରେ ତର୍ଜମା କରାଯାଇ ଏଠାରେ ନଥିବା ଜୀବଜନ୍ତୁମାନଙ୍କୁ ଆଣିବାର ବ୍ୟବସ୍ଥା କରାଯିବ । ଗବେଷକମାନଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲା ଓ ବଡପିଲାମାନଙ୍କ ସହିତ ନନ୍ଦନକାନନ କୁ ପରିଭ୍ରମଣରେ ଆସୁଥିବା ଛାତ୍ରଛାତ୍ରୀମାନେ ଏଠାରୁ ଶିକ୍ଷା ଗ୍ରହଣ କରିପାରିବେ ସେଥିପାଇଁ ଏଠାରେ ଥିବା ଜୁ ଲାଇବେରି କୁ ନୂତନ ଜ୍ଞାନକୌଶଳ ରେ ତିଆରି କରାଯାଇଛି । ଆଗାମୀ ୫ ମ ପିଢ଼ିକୁ ସୁହାଇଲା ଭଳି ଡିଜିଟାଲ କରଣ କରାଯାଇଛି। ଆଗାମୀ ଦିନରେ ନନ୍ଦନକାନନ କୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିବାରେ ସମସ୍ତଙ୍କର ଦାୟିତ୍ଵ ରହିଛି ବୋଲି ମନ୍ତ୍ରୀ କହିଥିଲେ ।

ଏହି ଅବସରରେ ଆଲିପୂର୍ ଚିଡ଼ିଆଖାନାରୁ ଆସିଥିବା ୨ ଜିରାଫ ଓ ସିଂଘ ଶାବକଙ୍କ ନାମକରଣ ସହ, ୬ଟି ନୂତନ ପ୍ରକଳ୍ପର ଉଦଘାଟନ କରିଥିଲେ ମନ୍ତ୍ରୀ । ପ୍ରଥମେ ନବୀକରଣ ହୋଇଥିବା ହିମାଳୟକଳାଭାଲୁ ଖୁଆଡ , ସଂରକ୍ଷଣଅନୁସନ୍ଧାନ ଓ ପ୍ରଶିକ୍ଷଣ କେନ୍ଦ୍ର ,ଉନ୍ନତମାନର ଗ୍ରନ୍ଥାଳୟ ଓ ଡିଜିଟାଲ କେନ୍ଦ୍ର ,ପ୍ରାଣିଉଦ୍ୟାନ ସୁରକ୍ଷାକର୍ମଚାରୀଙ୍କ ସାମୁହିକ ଆବାସ,ପକ୍ଷୀ ସଙ୍ଗରୋଧ କେନ୍ଦ୍ର,କାଞିଆଆଦ୍ରଭୁମି ପରଦର୍ଶନପଥ ଆଦି ଉଦଘାଟନ କରାଯିବା ସହିତ ଗତବର୍ଷ ଅଲ୍ଟୋବରମାସରେ ଆଲିପୁର ଚିଡ଼ିଆଖାନାରୁ ଆସିଥିବା ଜିରାଫ ୨ଟିର ନାମକରଣ କରାଯାଇ ଆନନ୍ଦ ଓ ମୂଷକାନ ରଖାଯାଇଛି । ସେହିପରି ୨ସିଂଘ ଶାବକର ମଧ୍ୟ ସିମ୍ବା ଓ କେଶରୀ ରଖାଯାଇଛି । ଅନ୍ୟତମ ଅତିଥିଭାବେ ପ୍ରଧ।ନ ମୁଖ୍ୟ ବନସଂରକ୍ଷକ ଏବଂ ବନବାହିନୀମୁଖ୍ୟ, ଦେବୀଦତବିଶ୍ୱାଳ, ପ୍ରଧ।ନ ମୁଖ୍ୟବନସଂରକ୍ଷକ ବନ୍ୟପ୍ରାଣୀ ତଥା ମୁଖ୍ୟବନ୍ୟପ୍ରାଣୀତତ୍ତ୍ବବଧାରକ, ପ୍ରେମକୁମାରଝା ସମ୍ମ।ନୀୟ ଅତିଥିଭ।ବେ ଯୋଗଦେଇଥିଲେ । ନନ୍ଦନକ।ନନ ନିର୍ଦେଶକ ଡ. ମନେ।ଜ ଭି ନ।ୟ।ର ସ୍ୱ।ଗତ ଅଭିଭାଷଣଦେବା ସହ ୨୦୨୩-୨୪ ଆର୍ଥିକ ବର୍ଷପାଇଁ ନନ୍ଦନକାନନର ଅଗ୍ରଗତି ଓ ପରିଚାଳନାକୁ ନନ୍ଦନକାନନ ଏକ ବିଶ୍ୱସ୍ତରୀୟ ପ୍ରାଣୀଉଦ୍ୟାନ ଏକ କ୍ଷୁଦ୍ର ଚଳଚ୍ଚିତ୍ରଆକାରର ଉପସ୍ଥାପନ କରିଥିଲେ । ଏହି କାର‌୍ୟ୍ୟକ୍ରରେ ନନ୍ଦନକାନନର ୧୪ ଜଣ କର୍ମଚାରୀଙ୍କୁ ସାଟିଫିକେଟ ସହ ନଗଦରାଶିପ୍ରଦାନ କରାଯାଇଥିଲା । ପ୍ରାଣୀଉଦ୍ୟାନର ଶ୍ରେଷ୍ଠଆମ୍ବାସିଡର, ନାଗରିକବିଜ୍ଞାନ କାର‌୍ୟ୍ୟକ୍ରମ, ଶିକ୍ଷାତ୍ମକ ଗବେଷଣା କାର‌୍ୟ୍ୟକ୍ରମ, ପ୍ରାଣୀ ସଂରକ୍ଷଣ ପ୍ରୟାସରେ ଯୋଗଦାନକରିଥିବା ସ୍ୱେଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯଇଥିଲା ।ଏହାସହ ନନ୍ଦନକାନନହାଇସ୍କୁଲର ଦଶମ ଶ୍ରେଣୀପରୀକ୍ଷାରେ ସର୍ବୋଚ୍ଚ ନମନ୍ର ରତ୍କଥିବା ୨ଜଣଙ୍କୁ ଛାତ୍ରବୃତି ପ୍ରଦାନ କରାଯାଇଥିଲା ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.