ଏଥର ନନ୍ଦନକାନନ ପାଳିବନି ଜନ୍ମଦିନ

ବାରଙ୍ଗ,୨୮/୧୨(ଏସଏସନିଉଜ)ରବିବାର ଦିନ ନନ୍ଦନକାନନ ପାଳିବନି ୬୫ତମ ପତିଷ୍ଠା ଦିବସ।ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ରାଜ୍ୟସରକାର ଜାନୁଆରୀ ପହିଲାପର୍ଯ୍ୟନ୍ତ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହିସମୟ ମଧ୍ୟରେ ରାଜ୍ୟ ସରକାରଙ୍କ କୌଣସି ସରକାରୀ ଉତ୍ସବ ଆୟୋଜନ କରାଯିବନାହିଁ ।ଯାହାକୁ ନେଇ ସାରା ରାଜ୍ୟ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବା ବେଳେ ଏଥିରୁ ବାଦ୍ ପଡିନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ପ୍ରାଣୀଉଦ୍ୟାନ ନନ୍ଦନକାନନ କୁ ୬୪ ପୁରୀ ୬୫ ଚାଲିବ । ରବିବାରଦିନ ଥିଲା ତାର ଜନ୍ମଦିନ ।ଜନ୍ମଦିନରେ ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଜୁ ଲାବ୍ଲୋଟରି ,ବିଲେଇପ୍ରଜାତି ଜନ୍ତୁ ଖୁଆଡ , ଜୁଲାଇବେରୀ, ନନ୍ଦନକାନନରେ ନିୟୋଜିତ ଥିବା ପୋଲିସ ବ୍ୟାରେଗ,ଉଦ୍ଭିଦଉଦ୍ୟାନ ରେ ଥିବା ଔଷଦୀୟଉଦ୍ୟାନ ଉଦଘାଟନ ହେବା ସହିତ ବର୍ଷତମାମ ପଶୁପକ୍ଷୀମାନଙ୍କ ସେବା ସହ ସଠିକଭାବେ କାମକରୁଥିବା କିଛି କର୍ମଚାରୀମାନଙ୍କୁ ସମ୍ମାନୀତ କରାଯିବାର ଥିଲା ।ହେଲେ ତାହା ସ୍ଥଗିତ କରାଯିବା ସହିତ ଅନ୍ୟ ଏକ ତାରିଖରେ ପାଳନହେବ ବୋଲି ଉପନିର୍ଦ୍ଦେଶକ ସନତକୁମାର ନାରାୟଣ ସୂଚନା ଦେଇଛନ୍ତି ।

ନନ୍ଦନକାନନରେ ଭାଲୁଶାବକ ଜନ୍ମ
ଶନିବାରଦିନ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଏକ ହିମାଳୟ ଭାଲୁ ଶାବକ ଜନ୍ମଦେଇଛି ।ଶାବକ ଜନ୍ମପରେ ମା ଓ ଛୁଆ ସୁସ୍ଥ ଥିବା ଜଣାପଡିଛି । ଏହି ଶାବକ ଜନ୍ମ ହେବାପରେ ଏମାନଙ୍କସଂଖ୍ୟା ୧୨ କୁ ବୃଦ୍ଧି ପାଇଛି ।(ଜ୍ଞାନଜିତ ପ୍ରଧାନ ଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.