ନିର୍ମଳଝର ମନ୍ଦିରରୁ ଚୋରି

ଭୁବନେଶ୍ୱର,୮/୧୧(ଏସଏସନିଉଜ)କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ୍ୟ ଦେବୀ ମାତାରାତାରିଣୀ ମନ୍ଦିରରୁ ଚୋରି ଘଟଣା ମନରୁ ନ ଲିଭୁଣୁ ପୁଣି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ରହିଥିବା ଓଡ଼ିଶାର ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ନିର୍ମଳଝର ମନ୍ଦିର ହୁଣ୍ଡିଭାଙ୍ଗି ଲୁଟିନେଇଛନ୍ତି ଦୃର୍ବୁତ୍ତ ।ଗତକାଲି ବିଳମ୍ବିତ ରାତିରେ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ହୁଣ୍ଡିଭାଙ୍ଗି ଟଙ୍କା ଲୁଟ କରିବାସହ ରୋଷଘର ତାଲାଭାଙ୍ଗି ପିତଳ ଓ କଂସା ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଛି ।ସକାଳ ସମୟରେ ପୂଜକ ମୂଖ୍ୟତାଲା ଖୋଲି ମନ୍ଦିରକୁ ଯିବାପରେ ହୁଣ୍ଡିଭଙ୍ଗା ,ରୋଷଘରୁ କବାଟଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍ ଜଣାଇବାପରେ ଖଲ୍ଲିକୋଟ ପୋଲିସଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ଖଲ୍ଲିକୋଟ ଥାନା ଅଂଚଳରେ ଚୋରି ଘଟଣା ଲଗାତାର ବିଭିନ୍ନ ଘରମାନଙ୍କ ଘରୁ ଚୋରି ହେଉଥିବା ଅଭିଯୋଗମାନ ହେଉଛି।

- Advertisement -

Leave A Reply

Your email address will not be published.