ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି

ବାରଙ୍ଗ,୨୮/୩(ଏସଏସମିଉଜ)କଟକ ଜିଲ୍ଲା ବାରଙ୍ଗ ବ୍ଲକ ବେଲଗଛିଆ ସ୍ଥିତ ଶାନ୍ତିଭବନ ଆପାର୍ଟମେଣ୍ଟରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆପାର୍ଟମେଣ୍ଟର ୨୦୩ ନଂ ରୁମରେ ଭିଜିଲାନ୍ସର ୮ ଜଣିଆ ଟିମ ଅତର୍କିତ ଚଢ଼ଉ କରିଥିଲେ।ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଆୟ ବହିର୍ଭୁତ ସମ୍ପର୍ତି ଠୁଳ ଅଭିଯୋଗରେ ସୋମବାର ଓଡ଼ିଶା ଭିଜିଲାନ୍ସ ଚତୁର୍ଥ ଦିନରେ ବାରଙ୍ଗ ସ୍ଥିତ ବାସଭବନରେ ଅତର୍କିତ ଚଢ଼ଉ କରିଥିଲେ।ଏହି ଚଢାଉ ସମୟରେ ଘରୁ ନଗଦ ୧ କୋଟି ୧୫ ଲକ୍ଷ୍ୟ ଟଙ୍କା ସମେତ ୬୩୨ ଗ୍ରାମର ସୁନା କଏନ,ସୁନା ବିସ୍କୁଟ ଆଦି ଜବତ କରିଥିଲା ଭିଜିଲାନ୍ସ ଟିମ।ଏଥିସହ ଏକାଧିକ ବ୍ୟାଙ୍କ ପାସବୁକ ଏବଂ ବିଭିନ୍ନ ଜରୁରୀ କାଗଜପତ୍ରକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ।ତେବେ ଏତେ ପରିମାଣର ସୁନା ଏବଂ ଟଙ୍କା ଜବତ କରିବା ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ବୋଲି ସୂଚନା ମିଳିଛି।(ଗୈାତମରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.