ଫୁଲବାଣୀ,୮/୧୦(ଏସଏସ ନିଉଜ) ବେଲଘରଥାନା ଅଞ୍ଚଳରେ ୭ମଛାତ୍ରୀ ପ୍ରସବ ପରେ ମୃତ୍ୟୁ ଘଟଣାରେ ହଷ୍ଟେଲ ମାଟ୍ରନ ରଂଜିତା ବେହେରା କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ଏହାସହ ପ୍ରଧାନ ଶିକ୍ଷକ, ସହକାରୀ ଅଧୀକ୍ଷକ, ଏଏନ୍ଏମଙ୍କୁ କାରଣ ଦର୍ଶାଅ ନୋଟିସ୍।ବାଲିଗୁଡ଼ା ଉପ- ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି।