ନିଖୋଜପର୍ଯ୍ୟଟକଙ୍କୁ ଫେରି ପାଇଲେ ପରିବାର ଲୋକେ

ବାରଙ୍ଗ,୨୫ା୧୨(ଏସଏସନିଉଜ) ଗତ ଶନିବାରଦିନ ନନ୍ଦନକାନନ ବୁଲିବାକୁ ଆସିଥିବା ୪୭ବର୍ଷର ପୁରୁଷପର୍ଯ୍ୟଟକ ନିଖୋଜ ହୋଇଥିବାବେଳେ ରବିବାରସକାଳୁ ମିଳିଥିବାର ଜଣାପଡିଛି।ଉଦ୍ଧାର ପର୍ଯ୍ୟଟକ ହେଉଛି କେନ୍ଦ୍ରାପଡା ଜିଲ୍ଲା,ଆଳି ଥାନା ଅନ୍ତର୍ଗତ ଆଳି ମାଳପାଟଣା ଗ୍ରାମର ହାଡିବନ୍ଧୁ ଲେଙ୍କା।ସେ ପରିବାରଙ୍କ ସହ ଶନିବାରଦିନ ୨ଟା୫ମିନିଟ ସମୟରେ ନନ୍ଦନକାନନ ଭିତରକୁ ବୁଲିବାକୁ ଯାଇଥିଲେ। ସଂଦ୍ୟା ୫ଟା୭ମିନଟରେ ଟିକଟ କାଉଣ୍ଟର ନିକଟରେ ପରିବାର ସହିତ ମକା ସିଝା ଖାଉଥିବାବେଳେ ହଠାତ୍ ଦୁଇଟି ବୁଲା ଶଣ୍ଢ ଲଢେଇ ହୋଇଥିଲା।ସେହି ସମୟ ଭିତରେ ଭୟରେ ଯିଏ ଜୁଆଡେ ପାଇଲେ ଅଲଗା ହୋଇଯାଇଥିଲେ।ସେହିଠାରୁ ନିଖୋଜ ହୋଇଯାଇଥିଲା। ପରେ ପରିବାରଲୋକେ ହାଡିବନ୍ଧୁଙ୍କ ପତ୍ତା ପାଇନଥିଲେ।ବହୁ ଖୋଜାଖୋଜି ପରେ ନନ୍ଦନକାନନ ସୁରକ୍ଷା ବିଭାଗରେ ଜଣାଇ ଶେଷରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ରବିବାର ସକାଳୁ ଭୁବନେଶ୍ବର ଜୟଦେବ ବିହାରଛକ ମୋ ବସଷ୍ଟାଣ୍ଡରୁ ତାଙ୍କ ପରିବାର ଲୋକେ ନିଖୋଜ ଥିବା ହାଡିବନ୍ଧୁକୁ ଫେରିପାଇଥିଲେ।ତେବେ ହାଡିବନ୍ଧୁ କହିବା କଥା ପରିବାରଙ୍କୁ ନପାଇ ପାଖରେ ଥିବା ୫୦ଟଙ୍କରେ ଏକ ୨୦ଟଙ୍କା ଦେଇ ନନ୍ଦନକାନନ ଛକରୁ ଏକ ପାଣି ବୋତଲ କିଣି ସେଠାରୁ ଏକ ଅଟୋରେ ବସି ଭୁବନେଶ୍ବର ଚାଲିଆସିଥିଲେ ।

 

- Advertisement -

Leave A Reply

Your email address will not be published.