ନିଆରା ଜନ୍ମଦିନ ପାଳନ

0 45

 

ବାରଙ୍ଗ,୨୨।୬(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଦଢ଼ା ପଂଚାୟତର ବ୍ୟୟଜେଷ୍ଟ ମୁରବି ତଥା ବିଜେଡିର କୃଷକ ନେତା ଭଗବାନଜେନା ତାଙ୍କ ଜନ୍ମଦିନକୁ ନିଆରା ଭାବେ ପାଳନ କରିଛନ୍ତି।୮୯ବର୍ଷରେ ପଦାର୍ପଣ କରିଥିବା ଜେନା ଶନିବାରଦିନ ଜନ୍ମଦିନ ଅବସରରେ ତାଙ୍କ ଘରପାଖ ରାସ୍ତାକଡ଼ରେ ବିଭିର୍ଣ ପୁଷ୍ପ ଓ ଫଳ ପ୍ରଦାନକାରି ବୃକ୍ଷ ଲଗାଇ ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ିପାଇଁ ଆଵଶ୍ୟକତା ଥିବାର ବାର୍ତା ଦେଇଛନ୍ତି।ନିରାଡ଼ମ୍ବର ଭାବେ ପାଳନ କରିଥିବା ଏହି ଜନ୍ମଦିନରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ଅଞ୍ଚଳର ବହୁ ମୁରବି ତଥା ବ୍ୟୟଜେଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁରବି ଅନ୍ତର୍ଯ୍ୟାମୀ କୁଅଁର, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ରାଉତ, ଇଂଜଣା ଗ୍ରାମ୍ୟ କମିଟି ସଭାପତି ପ୍ରଦୀପ ଦାସ,ଦାଢ଼ାସୋସାଇଟି ସଭାପତି ଜନକମାଝୀ, କାଳନ୍ଦୀ ପରିଡା,ମରଚିଆ ଗ୍ରାମ୍ୟକମିଟି ସଭାପତି ରୋହିତ ରାଉତ, ପ୍ରତାପପ୍ରଧାନ,କାଙ୍ଗାଳୀ ପରିଡା ,ସଂଗ୍ରାମ ମହାପାତ୍ର, ରଣଜିତ ଦାସଙ୍କ ସମେତ ବିଭିର୍ଣ ସଂଗଠନର କର୍ମକର୍ତାମାନେ ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.