ନନ୍ଦନକାନନରେ କେତେ ସୁରକ୍ଷିତ ସୁରକ୍ଷା କର୍ମଚାରୀ

0 269

ବାରଙ୍ଗ,୪/୬(ଏସ୍‌ଏସ୍‌ନିୟୁଜ) ନନ୍ଦନକାନନରେ ସୁରକ୍ଷାବିଭାଗର ଜଣେ କର୍ମଚାରୀଙ୍କର ସାଇକେଲ ଚୋରୀ ହୋଇଛି ।ପୁଣି ପ୍ରବେଶପଥ ପାଖରେ ହୋଇଥିବା ପାକିଁ ସ୍ଥାନରୁ ।ଯଦି ସୁରକ୍ଷା ବିବାଗର କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ତେବେ ସୁରକ୍ଷାଦାୟିତ୍ୱରେ ଥିବା ମୁଖିଆ ନନ୍ଦନକାନନକୁ କିଭଳି ସୁରକ୍ଷା ଦେବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
୧ତାରିଖରେ କେହି ଦୁର୍ବୃତ ନନ୍ଦନକାନନ ପ୍ରାଣୀଉଦ୍ୟାନର ମୁଖ୍ୟଫାଟକ କଡରେ କର୍ମଚାରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଗାଡି ପାର୍କିଂ ସ୍ଥଳରୁ ସିକ୍ୟୁରିଟ ବିଭାଗର ସୁରକ୍ଷା କର୍ମଚାରୀ ପୁରେନ୍ଦ୍ର ସାହୁଙ୍କ ସାଇକେଲକୁ ନେଇଯାଇଥିବାର ସୁରକ୍ଷାଦାୟିତ୍ୱରେ ମୁଖିଆଙ୍କ ପାଖରେ ସାହୁ ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉକି, ପୁରେନ୍ଦ୍ର ପ୍ରାଣୀଉଦ୍ୟାନର ସିକ୍ୟୁରିଟ ବିଭାଗର କର୍ମଚାରୀ।ଗତ ୧ତାରିଖରେ ସେ ପ୍ରାଣୀଉଦ୍ୟାନକୁ ଦିନ ୨ଟାରୁ ରାତି ୧୦ କାର୍ଯ୍ୟ  କରିବାକୁ ଆସିଥିଲେ।ନିଜର ସାଇକେଲକୁ ନନ୍ଦନକାନନ ତରଫରୁ କରାଯାଇଥିବା ଗାଡି ପାର୍କିଂରେ ସାଇକେଲ ରଖି ନିଜର କାର୍ଯ୍ୟ   ସ୍ଥଳକୁ ଯାଇଥିଲେ। କାର୍ଯ୍ୟ ସାରି ଗାଡି ପାର୍କିଂ ସ୍ଥଳକୁ ସାଇକେଲ ଆଣିବାକୁ ଯାଇ ସାଇକେଲ ସେଠାରେ ନଥିଲା। ମୁଖ୍ୟ ଫାଟକରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ ପଚାରି ସାରିବା ପରେ ପ୍ରାଣୀଉଦ୍ୟାନ ଭିତରେ ଚାରିଆଡେ ଖୋଜାଖୋଜି କରି ନିରାଶ ହୋଇ ଫେରିଥିଲେ।ଏଠାରେ ପ୍ରଶ୍ନ ଉଠେ, କରୋନା ପାଇଁ ନନ୍ଦନକାନନ ବନ୍ଦ ରହିଛି।କେବଳ କର୍ମଚାରୀ ଓ ଅଫିସର ଆସୁଛନ୍ତି।ପ୍ରାଣୀଉଦ୍ୟାନରେ ୪୦ରୁ ଉର୍ଦ୍ଧ ସିସିଟିଭି ଲାଗିବା ସହ ଫାଟକରେ ସୁରକ୍ଷା କର୍ମୀ ସହିତ ସିକ୍ୟୁରିଟ କର୍ମଚାରୀ ନିୟୋଜିତ ଅଛନ୍ତି।ତେବେ ଉଦ୍ୟାନ ଭିତରୁ କିପରି ସାଇକେଲ ଚୋରି ହେଲା ତାକୁ ନେଇ ସିକ୍ୟୁରିଟ ବିଭାଗର କାର୍ଯ୍ୟ  ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସୂଚନା ଯୋଗ୍ୟଯେ, ଗତ ବର୍ଷ କରୋନା ବେଳେ ପ୍ରାଣୀଉଦ୍ୟାନ ବନ୍ଦଥିବାବେଳେ ଅଗଷ୍ଟ ୩୦ରେ ପ୍ରାଣୀଉଦ୍ୟାନ କଂସେଇଖାନା ଓ ଜୀବଜନ୍ତୁ ପ୍ରଜନନ କେନ୍ଦ୍ରର ତାଲାଭାଙ୍ଗି ପାଣିପମ୍ପ, କଟର ମେସିନ ଚୋରି ହୋଇଥିବା ବେଳେ ପୁଣି ନଭେମ୍ବର ମାସରେ ସିକ୍ୟୁରିଟ ବିଭାଗ କାର୍ଯ୍ୟାଳୟ ପଛପଟ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ପାଣିଟାଙ୍କିରୁ ମଟର ଚୋରି ହୋଇଥିଲା।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.