ନନ୍ଦନକାନନ ଛାଡି ଯାଉନାହାନ୍ତି ଦୁଇ ଜଙ୍ଗଲୀ ହାତୀ

ପୁଣି ପାଚେରି ଭାଙ୍ଗି ପଶିଲେ

ବାରଙ୍ଗ,୧୫/୩(ଏସ ଏସ ନିଉଜ) ନନ୍ଦନକାନନ ଛାଡି ଯାଉନାହାନ୍ତି ଦୁଇ ଜଙ୍ଗଲୀ ହାତୀ।ଗତ ୨ଦିନ ହେବ ଆତଙ୍କ ଚଳାଇଛନ୍ତି।ପାଚେରି ଭାଙ୍ଗି ଭିତରେ ପଶୁଛନ୍ତି ପୁଣି ଅନ୍ୟ ଗାଁକୁ ଯାଇ ଫେରି ଆସୁଛନ୍ତି।ନନ୍ଦନକାନନ ଚନ୍ଦକା ବନ ବିଭାଗ ଶତଚେଷ୍ଟା ପରେ ମଧ୍ୟ ହାତୀ ଦ୍ବୟକୁ ଜଙ୍ଗଲ ମୁହାଁ କରାଇବାରେ ସକ୍ଷମ ହୋଇପାରି ନାହାନ୍ତି।ସୂଚନା ଅନୁଯାୟୀ,ଗତ ୯ତାରିଖ ବିଳମ୍ବିତ ରାତିରେ ଚନ୍ଦକା ଡମପଡା ଅଭୟାରଣ୍ୟରୁ ଦୁଇ ଜଙ୍ଗଲୀ ହାତୀ ପ୍ରଥମେ ଉଦ୍ୟାନର ପଛପଟ ଦକ୍ଷିଣ-ପଶ୍ଚିମ ପଛପଟ(ବଡବାଙ୍କ) ସୁରକ୍ଷା ପାଚେରି ଭାଙ୍ଗି ଭିତରକୁ ପଶି ଦୁଇଦିନ ରହିବାରୁ କର୍ତ୍ତୁପକ୍ଷ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୧୦ତାରିଖ ଗୋଟିଏ ଦିନ ପାଇଁ ନନ୍ଦନକାନନ ବନ୍ଦ ରଖିଥିଲେ।ପରେ ସେହିଦିନ ରାତିରେ ସୁରକ୍ଷା କର୍ମଚାରୀ ଓ ଚନ୍ଦକା ବନ କର୍ମଚାରୀଙ୍କ ମିଳିତ ସହଯୋଗରେ ନିଆଁହୁଳା ଓ ବାଣ ଫୁଟାଇ ଘଉଡାଇବାରୁ ପାଚେରି ଭାଙ୍ଗି ବାହାରି ଯାଇଥିଲେ।୧୪ତାରିଖ ବିଳମ୍ବିତ ରାତିରେ ପୁଣିଥରେ ଜଙ୍ଗଲରୁ ଦୁଇ ହାତୀ ନନ୍ଦନକାନନ ପଛପଟ ଦକ୍ଷିଣ-ପଶ୍ଚିମ ପଛପଟ(ବଡବାଙ୍କ) ସୁରକ୍ଷା ପାଚେରି ଭାଙ୍ଗି ଭି ପଶିଛନ୍ତି।ପ୍ରାଣୀଉଦ୍ୟାନ ଭିତରେ ଏଣେତେଣେ ବୁଲାବୁଲି କରି ସିଂହ ସଫାରୀ ବାଟଦେଇ ହମିରାଟାଙ୍ଗି ଜଙ୍ଗଲ ଭିତରେ ରହିଥିଲେ।ମଙ୍ଗଳବାର ସନ୍ଦ୍ୟାରେ ନନ୍ଦନକାନନ ବନ କର୍ମଚାରୀ ହାତୀ ଦୁଇଟିକୁ ଘଉଡାଇବାକୁ ଉଦ୍ୟମ ଜାରିରଖିଛନ୍ତି।

- Advertisement -

Leave A Reply

Your email address will not be published.