ଭୁବନେଶ୍ଵର,୩/୭(ଏସଏସନିଉଜ)ବରଙ୍ଗଥାନାଅଧିନସ୍ଥ ତ୍ରିଶୂଳିଆ ସୁବାଷସେତୁ ନିକଟସ୍ଥ କାଠଯୋଡ଼ିନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି ।ଏକ କୁମ୍ଭୀରନଦୀବାଲିରେ ଶୋଇରହିଥିବାର ଜଣାପଡିବାପରେ ଦେଖଣାହାରୀମାନଙ୍କର ଭୀଡ ଲାଗିରହିଥିଲା ।ଭୀଡ ଏତେପରିମାଣର ହୋଇଥିଲା ଯେ,ପୋଲିସକୁ ନିୟନ୍ତ୍ରଣ କରିବାକୁ କାଠେକର ପାଠ ହୋଇଯାଇଥିଲା । କୁମ୍ଭୀରଟିର ଲମ୍ବ ପ୍ରାୟ ୧୦ ରୁ ୧୨ ପୁଟ ଅନୁମାନ କରାଯାଉଥିବା ବେଳେ କୁମ୍ଭୀରଟି କାଠଯୋଡ଼ି ନଦୀପଠାରେ ଶୋଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ମହାନଦୀ ଧବଳେଶ୍ବର ଓ ସିଡ଼ିଏ ଅଞ୍ଚଳରେ ଦେଖାଦେଇଥିବା ବେଳେ ଏବେ ବନ୍ୟା ପାଣିରେ କାଠଯୋଡ଼ିକୁ ଚାଲି ଆସିଛି ବୋଲି ଅନୁମାନ କରାଯାଉଛି ।ତେବେ କାଠଯୋଡ଼ି ନଦୀରେ କୁମ୍ଭୀରେ ଦେଖି ସ୍ଥାନୀୟ ଲୋକେ ଭୟବିତ ହୋଇଯାଇଥିବା ବେଳେ ଅନ୍ୟପଟେ କୁମ୍ଭୀର ଦେଖିବାକୁ ସୁବାଷ ସେତୁରେ ଲୋକଙ୍କ ଭିଡ଼ ଜମିଛି ।ବନବିଭାଗ କର୍ମଚାରୀମାନେ ଆସି କୁମ୍ଭୀର ପାଖକୁ ଯିବାପରେ କୁମ୍ଭୀରଟି ନଦୀକୁ ପଳାଇଯାଇଥିବାର ଦେଖିବାକୁ ମିିଳିଥିଲା ।