ନବମଛାତ୍ରଙ୍କୁ ହାଣିଲେ ଦଶମଛାତ୍ର

0 163

ବାରିପଦା,୮ା୧୦(ଏସଏସନିଉଜ) ବାରିପଦା ସହର ବାଲିଗଞ୍ଜ ଅଞ୍ଚଳରେ ଏକ ଘରୋଇ ଆବାସିକ ଶିକ୍ଷା ଅନୁଷ୍ଠାନରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଭୁଜାଲିରେ ହାଣି ଦେଇଛି ଜଣେ ଦଶମ ଶ୍ରେଣୀ ଛାତ୍ର। ହଣା ଖାଇଥିବା ଛାତ୍ରଙ୍କ ଘର ବାଲେଶ୍ବର ଜିଲ୍ଲା ଗୋପାଳପୁର ଅଞ୍ଚଳରେ। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।କୌଣସି କାରଣରୁ ଗତକାଲିସନ୍ଧ୍ୟାରେ ହଷ୍ଟେଲରେ ରହୁଥିବା ଉଭୟ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରଜଣଙ୍କ ଏକ ଭୁଜାଲିରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କରିବାରୁ ବେକ, ମୁହଁ, ଛାତି ଓ ପେଟରେ କ୍ଷତସୃଷ୍ଟି ହୋଇ ରକ୍ତାତ ହେବାରୁ ତାଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତିକରା ଯାଇଥିଲା ଘଟଣାପରେ ହାଣିଥିବା ଛାତ୍ର ଜଣଙ୍କ ଫେରାର ହୋଇଯାଇଥିଲା ।

Leave A Reply

Your email address will not be published.