ମର୍ଣ୍ଣି ୱାକ୍ ବେଳେ ମାଡ଼ିଗଲା ପିକ୍ଅପ୍ ଭ୍ୟାନ୍

0 137

ବଲାଙ୍ଗୀର,୮ା୧୦(ଏସଏସନିଉଜ) ମର୍ଣ୍ଣିଂ ୱାକ୍ ସମୟରେ ସଦରଥାନା ଅନ୍ତର୍ଗତ ଗେଡ଼ାବାଞ୍ଜି ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାଦେବାରୁ ପୁରୁଷୋତ୍ତମ ଭୋଇ ନାମକ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସିଲବାହାଲି ଗାଁର ୪ ଜଣ ଛାତ୍ର ଓ ଯୁବକ ରାସ୍ତାରେ ମର୍ଣ୍ଣିଂ ୱାକ୍ ଯାଉଥିବାବେଳେ ଏକ ପିକ୍‌ଅପ୍ ଭ୍ୟାନ୍ ଦ୍ରୁତଗତିରେ ଆସି ସେମାନଙ୍କ ମଧ୍ୟରୁ ଜଣଙ୍କଉପରେ ଚଢ଼ି ଚାଲିଯାଇଥିଲା। ଦୁର୍ଘଟଣା ପରେ ଗାଡ଼ିଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ମୃତକ ଯୁକ୍ତ ଦୁଇରେ ପାଠପଢୁଥିବା ଛାତ୍ର ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର ହରଡ଼ାତାଲ ଗ୍ରାମର ହୋଇଥିବାବେଳେ ସେ ସିଲବାହାଲିରେ ତାଙ୍କ ମାମୁ ଘରେ ରହୁଥିଲେ।ଘଟଣାପରେ ସ୍ଥାନୀୟ ଲୋକ ଉତେଜିତ ହୋଇ ମୃତକଙ୍କ ପରିବାରକୁ କ୍ଷତିପୁରଣଦାବୀରେ ରାସ୍ତାରୋକେ କରିଛନ୍ତି ।

 

Leave A Reply

Your email address will not be published.