ମୋରମ ଆସୁଛି କେଉଁଠୁ?

ପାଉନି ଖଣିବିଭାଗ,ଧରୁଛି ପୋଲିସ

ବାରଙ୍ଗ,୨୮/୧୧(ଏସଏସନିଉଜ)ଗତକିଛିଦିନହେବ ବାରଙ୍ଗ ଅଂଚଳରୁ ରାତିହେବାମାତ୍ରେ ଚୋରାରେ ମୋରମ ଉଠାଯାଇ ଚାଲଣ ହେଛି ।କିଛି ମାଫିଆମାନେ ସକ୍ରିୟହୋଇ ନିବିଘ୍ନରେ ବେଆଇନଭାବେ ମୋରମ ଖୋଳି ମନଇଛା ମୁଲ୍ୟରେ ଚୋରାରେ ଚାଳଣ କରୁଛନ୍ତି ।ସବୁଠାରୁ ବଡକଥାହେଲା ଖଣିବିଭାଗର ଅଧିକାରୀମାନେ ଏହା ଜାଣିପାରୁନଥିବାବେଳେ ମଝିରେମଝିରେ ପୋଲିସ ମୋରମ ବୋଝେଇ ଗାଡିକୁ ଧରି ବେଆଇନଭାବେ ଚାଲଣ ହେଉଥିବାର ପ୍ରମାଣ ଦେଉଛି ।ଯାହାଫଳରେ ଖଣିବିଭାଗର ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।ବାରଙ୍ଗଥାନା ପୋଲିସ ବୁଧବାରରାତିରେ ବେଆଇନଭାବେ ଚୋରାରେ ଚାଲାଣ ହେଉଥିବା ୪ଟି ମୋରମ ବୋଝେଇ ହାଇୱାକୁ ଜବତ କରିଛି।ଜବତ ଗାଡିଗୁଡ଼ିକ ହେଉଛି ଓଡି୦୫ -ବିଡି- ୧୪୧୩, ଓଡି୦୫୨ -ଏଏଚ-୪୫୨୫, ଓଡି୦୫-ଏବି-୨୩୫୬,ଓଡି୦୫-ଟି -୬୬୨୫।ଏହି ଗାଡିଗୁଡ଼ିକ ଗୋଡିସାହି ଅଞ୍ଚଳରୁ ବେଇଆନ ଭାବେ ମୋରମ ଉଠାଇ ଚାଲାଣ କରୁଥିଲେ।ବାରଙ୍ଗଥାନା ପୋଲିସ ଓ ଗୋଡିସାହିଫାଣ୍ଡି ପୋଲିସ ବୁଧବାର ରାତିରେ ବ୍ଲକିଙ୍ଗ କରୁଥିବା ବେଳେ ଦୃତଗତିରେ ଆସୁଥିବା ଏହି ୪ଟି ହଇୱାକୁ ରୋକିବା ପରେ ସେମାନେ ମୋରମ ପରିବହନ କରିବାର ବୈଧ କାଗଜପତ୍ର ଦେଖାଇ ପାରିନଥିଲେ।ଯାହାଫଳରେ ଗାଡିଗୁଡ଼ିକୁ ଜବତ କରି ପୋଲିସ ଖଣିବିଭାଗକୁ ସୂଚନା ଦେଇଥିବାର ଜଣାପଡିଛି ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.