ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ) ଆରୟନ୍ କୁ ମିଳିପାରିଲାନି ଜାମିନ । ବିଚାରପତି ଭିଭି ପାଟିଲ ଅକ୍ଟୋବର ୨୦ପର୍ୟ୍ୟନ୍ତ ରାୟ ସଂରକ୍ଷିତ ରଖିବାସହ ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ।ଯାହାଫଳରେ ପୁଣିତାଙ୍କୁ ୫ଦିନ ଜେଲରେ ରହିବାକୁ ପଡିବ । ସେ କେବଳ ଜେଲ୍ରେ ଦିଆଯାଉଥିବା ମିଳୁଥିବା ଖାଦ୍ୟ ଖାଇବେ ବୋଲି କୁହାଯାଇଛି। ଜେଲ୍ ନିୟମ ଅନୁସାରେ କ୍ୟାଣ୍ଟିନ୍ କୁପନ୍ ବ୍ୟବହାର କରି ସ୍ନାକ୍ସ୍, ବିସ୍କୁଟ୍, ପାଣି ବୋତଲ ଆଣିବାସହ କମନ୍ ସେଲ୍କୁ ତାଙ୍କୁ ସ୍ଥାନାନ୍ତରଣ କରାଯାଇଛି।