ବାରଙ୍ଗ,୨୩/୧୧(ଏସଏସନିଉଜ) ମେଟ୍ରୋ ରେଳପ୍ରକଳ୍ପର ରତାଗଡନୂଆସାହିରେ ହୋଇଥିବା ଡିପୋକୁ ନେଇ ବିରୋଧ ଦେଖାଦେଇଛି।ଶନିବାର ସକାଳେ ରତାଗଡ ନୂଆସାହି ଗ୍ରାମବାସୀ ମାନେ ଡିପୋ ମୁଖ୍ୟଫାଟକଆଗରେ ଧାରଣାରେ ବସିଥିଲେ ।
ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ରତାଗଡ ନୂଆସାହି ଗ୍ରାମମୁଣ୍ଡରେ ହୋଇଥିବା ମେଟ୍ରୋ ରେଳପ୍ରକଳ୍ପର ଡିପୋ ପାଇ ନିଆଯାଇଥିବା ଜାଗା ପରେ ବି ପୁନର୍ବାର ଅଧିକ ଜାଗା ନେବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଡିପୋ କାମ କରୁଥିବା ଠିକାଦାର ଶୁକ୍ରବାର ଯେସିବି ଲଗାଇ ଡିପୋପାର୍ଶ୍ଵ ଜାଗା ସଫା କରାଯିବା ପରେ ଗ୍ରାମରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।ଗ୍ରାମବାସୀମାନେ ଲଗାଇଥିବା ୫୪ଟି ଗଛକୁ ଯେସିବି ଲଗାଯାଇ ଗତକାଲି ନଷ୍ଟ କରିଦିଯାଇଛି। ଡିପୋ ଏଠାରେ ହେବାପରେ ଗ୍ରାମଶ୍ମଶାନକୁ ବାଟ ନଥିବାରୁ ସବଦାହ ପାଇ ଗ୍ରାମବାସୀ ମାନେ ନାହିଁନଥିବା ହଇରାଣ ହେଉଛନ୍ତି।ଗତକାଲି ଜେଶିବୀ ଲଗାଯାଇ ସଫା କରିବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଶନିବାର ସକାଳୁ ଗ୍ରାମବାସୀମାନେ ଆସି ଡିପୋ ଗେଟ୍ ଆଗରେ ଧାରଣାରେ ବସିଥିଲେ।ପ୍ରାୟ ଅଧଘଣ୍ଟା ପରେ ଡିପୋ ଦାୟିତ୍ଵରେ ଥିବା ଅଧିକାରୀ ଆସି ବୁଧବାର ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଜାଗା ମାପଚୁପ କରାଯିବାର ପ୍ରତିଶ୍ରୁତି ପରେ ଗ୍ରାମବାସୀମାନେ ଧାରଣରୁ ଉଠିଥିଲେ।(ଜିତ ରାଉତଙ୍କ ରିପୋର୍ଟ)
Prev Post
Next Post