ମେଣ୍ଢାଶାଳରେ  ମାଗଜଲକ୍ଷ୍ମୀ ପୂଜା

ମେଣ୍ଢାଶାଳ,୯/୧୦ (ଏସଏସ ନିଉଜ)ପବିତ୍ର କୁମାର ପୁର୍ଣିମା ତିଥି ରେ ମେଣ୍ଢାଶାଳ ଗ୍ରାମ ମା ଦୁଲାଦେବୀ ଛକ ଠାରେ ପ୍ରତି ବର୍ଷ ଭଳି ଏ ବର୍ଷ ମା ଗଜଲଷ୍ମୀ ପୂଜା ଧୁମ ଧାମ ରେ ଅନୁଷ୍ଠିତ ହେଉଅଛି | ସୁଖ, ସମୃଦ୍ଧି, ଐସୂର୍ଯ୍ୟ ଭଣ୍ଡାର ର ମା ଗଜଲକ୍ଷ୍ମୀ ଆଜି ଧରାପୃଷ୍ଠ ରେ ବିରାଜମାନ କରିଛନ୍ତି | ଆଜି ସନ୍ଧ୍ୟା ସମୟ ରେ ଘଣ୍ଟ, ଘଣ୍ଟା, ଶଙ୍ଖନାଦ, ହୁଳହୁଳି ରେ ପୂଜା ମଣ୍ଡପ ପ୍ରକମ୍ପିତ ହେଉଅଛି | ଆଜି ସକାଳୁ ପ୍ରଥମେ କଳସଯାତ୍ରା କରାଯାଇ କଳାଶକୁ ମଣ୍ଡପରେ ସ୍ଥାପନ, ମୁଖ ଖୋଲା  ଯାଇ  ଚକ୍ଷୁଦାନ, ଆଳତି ଓ଼ ପରେ ପୁଷ୍ପାଞ୍ଜଳି ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି |  ଆଜି ସନ୍ଧ୍ୟା ସମୟରେ ମା  ଗଜଲକ୍ଷ୍ମୀ ଙ୍କ ଦର୍ଶନ ପାଇଁ ଭିଡ ଜମିଛି | ଗଜଲକ୍ଷ୍ମୀ ପୂଜା କମିଟିର ସମସ୍ତ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପୂଜାତ୍ତତ୍ସବ ପାଳିତ ହେଉଅଛି |(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.