ମେଲାଣି ନେବେ କାର୍ତ୍ତିକେୟ

ଧାର୍ଯ୍ୟ ହେଲା ସମୟ

ବାରଙ୍ଗ,୨୧/୧୧(ଏସଏସନିଉଜ) ମେଲାଣି ନେବେ କାର୍ତ୍ତିକେୟ ।ଏଥିପାଇଁ ସବୁ ପୂଜା କମିଟି ପକ୍ଷରୁ ୨୫ରେ ହେବାକୁ ଥିବା ଭସାଣି ଉତ୍ସବକୁ ମନଲୋଭା କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି।ଏହାସହ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ଭସାଣିକୁ ଶାରିବା ପାଇ ଗୁରୁବାର ଆୟୋଜିତ ପ୍ରସ୍ତୁତ ବୈଠକରେ ଆଲୋଚନା ହୋଇଛି।ବାରଙ୍ଗଥାନା ପରିସରରେ ଆୟୋଜିତ ବୈଠକରେ ଭସାଣିରେ ସାମିଲ ହେବାକୁ ଥିବା ସମୁଦାୟ ୨୬ଟି ମେଢ଼ କ୍ରମାନ୍ୱୟରେ କେଉଁ ସମୟରେ କେଉଁଠାରୁ ଛାଡ଼ିବେ ସମୟ ପ୍ରସ୍ତୁତ ହୋଇଯାଇଛି।ତ୍ରିଶୁଳିଆ ଜଙ୍କସନରୁପ୍ରଥମ ଗୋଠପୁର ମେଢ଼ ଅପରାହ୍ନ ୪ ସମୟରେ ଛାଡ଼ିବ ।ଏହାପରେ ନରଣପୁର,ମୁଣ୍ଡମୁହାଣ ,ଫକିରପଡ଼ା,ବେଲଗଛିଆ, ତ୍ରିଶୁଳିଆର ୨ଟା, କୁସିନ୍ଦା, କୃଷ୍ଣଚନ୍ଦ୍ରପୁରର ୨ଟା୭ ଘଟିକାରେ ଛାଡ଼ିବ । ସେହିପରି ମଧୁପୁର ଜଙ୍କସନରୁ ମଧୁବନ ଓ
ମଧୁପୁର ମେଢ଼ ୪.୪୦ରେ ଛାଡ଼ିବେ।ଫୁଲପୋଖରୀ ଜଙ୍କସନରୁ ବଛିପୁରର ୩ ଓ ଫୁଲପୋଖରୀ ଗ୍ରାମର ସମସ୍ତ ମେଢ଼ ମୁଖ୍ୟରାସ୍ତାରୁ ୫.୩୫ରେ ଛାଡ଼ିବେ ।କଣ୍ଟାପାଟଣା ଜଙ୍କସନରୁ କଣ୍ଟାପାଟଣା, ଶ୍ରୀବନ୍ତପୁର , ପଞ୍ଚୁପାଳ,ଆଦିବାସି ସାହି,ବଙ୍ଗାଳିସାହି ଆଦି ମେଢ଼ ଭସାଣିସ୍ଥଳରେ ପହଞ୍ଚିବାକୁ ମଧ୍ୟ ସମୟ ଧାର୍ଯ୍ୟ ହୋଇଛି।ପ୍ରତି ମେଢ଼ ୨୦ ମିନିଟ୍ ବ୍ୟବଧାନରେ ଛାଡ଼ିବେ ବୋଲି ନିଷ୍ପତ୍ତି ହୋଇଛି।ଏହି ବୈଠକରେ ଏସିପି ଅମିତାଭ ମହାପାତ୍ର,ବାରଙ୍ଗଥାନା ଅଧିକାରୀ ବିଶ୍ବରଂଜନ ନାୟକ,ଶାନ୍ତି କମିଟି ସମ୍ପାଦକ ସୁରେଶ ମହାନ୍ତି,ଅଶୋକ ରାଉତ,ବିଜୟ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ପୂଜାକମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.