ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)କେରଳରେ ବ୍ୟାପକ ରୁପ ନେଉଛି ନିପା ଭାଇରସ୍। କେରଳର ମାଲାପୁରମ୍ ଜିଲ୍ଲାରେ ନିପା ଭାଇରସ୍ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ କେରଳ ସ୍ୱାସ୍ଥ୍ୟ ବିଭାଗପକ୍ଷରୁ କଟକଣା ଜାରି କରାଯାଇଛି । ଯାହାଫଳରେ ଜିଲ୍ଲାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ନିପା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଜନସମାଗମ ଉପରେ କଟକଣା ଜାରି କରାଯାଇଛି। ସେହିପରି ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବ୍ୟବସାୟ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସେବା ଯେପରିକି କ୍ଷୀର ବଣ୍ଟନ, ଖବରକାଗଜ ଓ ପନିପରିବା ବିକ୍ରି କରିବା ପାଇଁ ସକାଳ ୬ଟାରୁ ଆରମ୍ଭ ହେବାକୁ ଗାଇଡଲାଇନ ଜାରି କରାଯାଇଛି।

- Advertisement -

Leave A Reply

Your email address will not be published.