ମନ୍ତ୍ରୀଙ୍କୁ ଭେଟିଲେ ଅବକାରୀ ଅଧିକାରୀସଂଘ

ଭୁବନେଶ୍ୱର,୧୭।୬(ଏସଏସନିଉଜ)ଆଜି ଅବକାରୀ ଅଧିକାରୀ ସଂଘର କର୍ମକର୍ତ୍ତା ମାନେ ଅବକାରୀମନ୍ତ୍ରୀ ପୃଥ୍ୱୀରାଜହରିଚନ୍ଦନଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଏବଂ ଏହି ସମୟରେ ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହିତ ବିଭାଗର କିପରି ଉନ୍ନତି କରଣ କରାଯାଇପାରିବ ଓ ଅଧିକାରୀ ମାନଙ୍କର କିପରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଇ ପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ବିଭାଗର ବିଭିନ୍ନ କାର୍ଯ୍ୟକୁ ତତ୍ପରତାର ସହିତ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ମଧ୍ୟ ଦେଇଥିଲେ।

- Advertisement -

Leave A Reply

Your email address will not be published.