ସାକ୍ଷୀଗୋପାଳ,୧୫/୨(ଏସଏସନିଉଜ)ମନ୍ଦିର ତାଲାଭାଙ୍ଗି ମୁର୍ତୀ ଚୋରୀ କଲେ,ପୁଣି କବାଟରେ ତାଲା ଲଗାଇ ପଳାଇଯାଇଥିଲେଦୁର୍ବୃତ୍ତ ।ଏହିଭଳି ଘଟଣା ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆ ସୋମେଶ୍ୱର ପୁର ଗ୍ରାମର ପ୍ରାଚୀନ ମନ୍ଦିର ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରେ ଦେଖିବାକୁ ମିଳିଛି । ଗତକାଲିବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋର ମାନେ କାଠରେ ନିର୍ମିତମୁଖ୍ୟ କବାଟ ଓ ପରେ ଗ୍ରିଲ ତାଲା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ।ମନ୍ଦିର ମଧ୍ୟରୁ ୩ ଫୁଟର ଦୁର୍ଗା ମୂର୍ତ୍ତି, ୧ ଫୁଟର ସାନ ଦୁର୍ଗା ମୂର୍ତ୍ତି, ୨ ଫୁଟ ରରାଧା ମୂର୍ତ୍ତି ,୩ ଫୁଟ ର ଶ୍ରୀକୃଷ୍ଣ ମୂର୍ତ୍ତି , ୧ ଫୁଟ ରମା ପାର୍ବତୀଙ୍କ ମୂର୍ତ୍ତି. ୧ ଫୁଟରଚନ୍ଦ୍ରଶେଖରଙ୍କ ମୂର୍ତ୍ତି , ୧ ଫୁଟରମଦନମୋହନ ଦେବଙ୍କ ମୂର୍ତ୍ତି ଓ ଗୋପୀନାଥ ଦେବଙ୍କ ରୁପା କିରୀଟ ଚୋରି କରି ନେଇଯାଇଥିବାର ଆଜି ସକାଳେ ପୁଜକ ପୁଜା କରିବାକୁ ଯାଇଥିବାବେଳେ ଜାଣିବାକୁ ପାଇଥିଲେ ।ଏହି ଖବର ପ୍ରଚାରିତ ହେବାପରେ ଦେଖଣାହାରୀଙ୍କ ଭୀଡ ଲାଗିରହିଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।