କଟକ,୨୦/୧୦(ଏସଏସ ନିଉଜ) ମଝି ରାସ୍ତାରେ ଯାତ୍ରୀଙ୍କୁ ନାକେଦମ କରିଛି ମୋବସ୍ । କଟକ କାଠଯୋଡି ରିଙ୍ଗରୋଡ ରାଜାବଗିଚା ନିକଟରେ ମଝି ରାସ୍ତାରେ ଅଟକିଯାଇଥିଲା ମୋ ବସ୍ । ବସ୍ ଆଗପଛ ଦୁଇଟି ଡୋର୍ ନ ଖୋଲିବାରୁ ଯାତ୍ରୀଙ୍କ ମଧ୍ୟରେ ଛନକାପଶିଯାଇଥିଲା।ଅଧଘଣ୍ଟାକାଳ ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩ ନମ୍ବର ରୁଟ୍ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା ।