ମେଣ୍ଢାଶାଲ,୨୦।୯(ଏସ ଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ଚଳିତବର୍ଷ ଭାଦ୍ରଵ ଶୁକ୍ଳପକ୍ଷ ଦିତୀୟା ତିଥି ବୁଧବାର ଅପରାହ୍ନରେ ସାଧୁ ଭୋଜନ. ଘୃତବତୀ ପ୍ରଜ୍ୱଳନ ଅନୁଷ୍ଠିତ ହୋଇଯାଇଛ !ଏଥି ସହିତ ସାୟଂ ସରଣଦର୍ଶନ. ବିଶ୍ୱ ବ୍ରହ୍ହ୍ମାଣ୍ଡର ମଙ୍ଗଳ ପାଇଁ ସମବେତ ପ୍ରାର୍ଥନା ଓ ଧର୍ମ ଆଲୋଚନା ହୋଇଥିଲା ।ସାଧୁ ସନ୍ଥମାନେ ଅହୋରାତ୍ର ଭଜନ ଗାୟନରେ ମଜି ଯାଇଥିଲେ l ସିଦ୍ଧସାଧୁ ବ୍ରହ୍ମଲୀନ ଅବଧୁତ ଜୟକୃଷ୍ଣବାବାଙ୍କ ଆଦେଶ ଅନୁସାରେ ଏବଂ ବ୍ରହ୍ମ ଅବଧୁତ ବ୍ରଜବନ୍ଧୁ ବାବାଙ୍କ ତତ୍ତ୍ୱବଧାନରେ ଦାରୁଠେଙ୍ଗ ଗୋବିନ୍ଦ ବାବା ଗାଦି ପୀଠରେ ଝାଡ଼ ଦ୍ୱୀପ ଲଗାଯାଇଥିଲା l ଦାରୁଠେଙ୍ଗ. ଅଳସୁଆ. ଅନ୍ଧାରୁଆ. ଚନ୍ଦକା. ବଡମ୍ବା ଆଦି ଅଞ୍ଚଳରୁ ଭକ୍ତ ମାନେ ସାମିଲ ହୋଇ ଆହୋରାତ୍ର ଭଜନ ଗାନ କରିଥିଲେ l ବ୍ରହ୍ମ ଅବଧୁତ ନକୁଳ ବାବା. ଯୋଗି ବାବା. ଲମ୍ବୋଦର ବାବା. ପ୍ରମୋଦ ବାବା.ସାଧୁ ମଧୁସୂଦନ ଦାସ ସାଧୁ ସୁଧାକାର ଦାସ. ସାଧୁ କ୍ଷମା ଦାସ. ସାଧୁ ରମେଶ ଦାସ. ସାଧୁ ହରମୋହନ ଦାସ. ସାଧୁ ହୃଷିକେଶ ଦାସ ପ୍ରମୁଖ ଉପସ୍ଥିତ ରହି ଶୂନ୍ୟ ପ୍ରଭୁଙ୍କ ନିମିତ୍ତ ଅଖଣ୍ଡ ଝାଡ଼ ବତୀପ୍ରଜ୍ବଳନକରି ବିଶ୍ୱକଲ୍ୟାଣ ପାଇଁ ମଙ୍ଗଳ ପ୍ରାର୍ଥନା କରିଥିଲେ lଆସନ୍ତା କାଲି ଅର୍ଥାତ ଗୁରୁବାରବ୍ରହ୍ମ ମୁହୂର୍ତ୍ତରେ ସମବେତ ନୂଆ ଖିଆପର୍ବ ପାଳିତ ହେବ ବୋଲି ଗାଦି ପକ୍ଷରୁ ସୂଚନା ଦିଆଯାଇଛି l( ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)