ବାରଙ୍ଗ,୯ା୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦବାବାଙ୍କ ଗାଦିପୀଠରେ ଚଳିତବର୍ଷ ଭାଦ୍ରଵ ଶୁକ୍ଳପକ୍ଷ ଷଷ୍ଠୀ ସୋମବାର ଅପରାହ୍ନରେ ସାଧୁଭୋଜନ. ଘୃତବତୀ ପ୍ରଜ୍ୱଳନ.ଅନୁଷ୍ଠିତ ହୋଇଯାଇଛ । ଏଥିସହିତ ସାୟଂ ସରଣଦର୍ଶନ. ବିଶ୍ୱବ୍ରହ୍ହ୍ମାଣ୍ଡର ମଙ୍ଗଳପାଇଁ ସମବେତପ୍ରାର୍ଥନା ଓ ଧର୍ମ ଆଲୋଚନା ହୋଇଥିଲା । ସାଧୁସନ୍ଥମାନେ ଅହୋରାତ୍ର ଭଜନଗାୟନରେ ମଜିଯାଇଥିଲେ ।ସିଦ୍ଧ ସାଧୁ ବ୍ରହ୍ମ ଲୀନଅବଧୁତ ଜୟକୃଷ୍ଣବାବା ମହୋଦୟଙ୍କ ଆଦେଶ ଅନୁସାରେ ଏବଂ ବ୍ରହ୍ମଅବଧୁତ ବ୍ରଜବନ୍ଧୁବାବାଙ୍କ ତତ୍ତ୍ୱବଧାନରେ ଦାରୁଠେଙ୍ଗ ଗୋବିନ୍ଦ ବାବା ଗାଦିପୀଠରେ ଝାଡ଼ଦ୍ୱୀପ ଲଗାଯାଇଥିଲା ।ଦାରୁଠେଙ୍ଗ. ଅଳସୁଆ. ଅନ୍ଧାରୁଆ. ଚନ୍ଦକା. ବଡମ୍ବା ଆଦି ଅଞ୍ଚଳରୁ ଭକ୍ତମାନେ ସାମିଲ ହୋଇ ଆହୋରାତ୍ର ଭଜନଗାନ କରିଥିଲେ । ବ୍ରହ୍ମଅବଧୁତ ନକୁଳବାବା. କୈଳାଶ ବାବା. ସୂର୍ୟ୍ୟମୁଖୀ ବାବା. ବିକ୍ରମ ବାବା. ଲମ୍ବୋଦର ବାବା. ପ୍ରମୋଦ ବାବା.ସାଧୁ ସୁଧାକାର ଦାସ. ସାଧୁ କ୍ଷମା ଦାସ.ସାଧୁ ଚୈତନ୍ୟ ଦାସ. ସାଧୁ ହରମୋହନ ଦାସ. ସାଧୁ ହୃଷିକେଶ ଦାସ ସାଧୁ ତିରୁପତି ଦାସ. ସାଧୁ ଅନାଦି ଦାସ. ସାଧୁ ବଲଭଦ୍ର ଦାସ. ସାଧୁ ଚନ୍ଦନ ଦାସ. ସାଧୁ କିଶୋର ଦାସ. ସାଧୁ ସତ୍ୟବୈରାଗି ଦାସ ପ୍ରମୁଖ ଉପସ୍ଥିତ ରହି ଶୂନ୍ୟ ପ୍ରଭୁଙ୍କ ନିମିତ୍ତ ଅଖଣ୍ଡ ଝାଡ଼ ବତୀପ୍ରଜ୍ବଳନ କରିଥିଲେ । ବିଶ୍ୱକଲ୍ୟାଣ ପାଇଁ ମଙ୍ଗଳପ୍ରାର୍ଥନା କରିଥିଲେ । ଆସନ୍ତାକାଲି ବ୍ରହ୍ମମୁହୂର୍ତ୍ତ ଯଥା ସକାଳ ଆଠଘଟିକା ସମୟରେ ସମବେତ ନୂଆଖିଆ ପର୍ବ ପାଳିତ ହେବବୋଲି ଗାଦିପକ୍ଷରୁ ସୂଚନା ଦିଆଯାଇଛି ।