ବାରଙ୍ଗ,୩୦ା୧୨(ଏସଏସନିଉଜ)କୃତିମ ଭିଡ କରି ଚୋରି କରୁଥିବା ପଶ୍ଚିମବଙ୍ଗର ଏକ ମହିଳା ଗ୍ୟାଙ୍ଗକୁ ନନ୍ଦନକାନନ ପୋଲିସ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତାମାନେ ହେଲେ ସୋନିଆ ସିଂ(୨୩), ପୂଜା ସିଂ(୨୦),ରେଖା ସିଂ(୨୩),ଚାନ୍ଦିନି ସିଂ(୩୦) । ସେମାନଙ୍କଠାରୁ ୫ ଟି ଚୋରା ମୋବାଇଲ,ପର୍ସ ଭଳି ଚୋରି ସାମଗ୍ରୀ ଜବତ ହୋଇଛି । ଏନେଇ ପୋଲିସ ୩୭୦/୨୪କେଶନଂରେ ଏକ ମାମଲା ରୁଜୁ କରି ଅଭିଯୁକ୍ତାମାନଙ୍କୁ ସୋମବାର କୋର୍ଟ ଚାଲାଣ କରିଥିଲା । ଜାମିନ ନମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଗତ ୮ ଦିନ ତଳେ ଅଭିଯୁକ୍ତାମାନେ ପଶ୍ଚିମବଙ୍ଗରୁ ଆସି ଜଗତପୁର ଅଞ୍ଚଳରେ ରହିବା ସହ ବିଭିନ୍ନ ପର୍ୟ୍ୟଟନ ସ୍ଥାନକୁ ଯାଇ ସେଠାରେ କୃତିମ ଭିଡ ସହ ଗହଳି ସ୍ଥାନରୁ ଚୋରି କରୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।
ସୂଚନାନୁସାରେ ରବିବାର ସଂଯୁକ୍ତା ସାମନ୍ତରାୟ ପରିବାର ଲୋକଙ୍କ ସହ ନନ୍ଦନକାନନ ବୁଲିବାକୁ ଆସି ଘରକୁ ଫେରିବା ପାଇ ମୋବସକୁ ନନ୍ଦନକାନନ ଛକ ପାଖରେ ଅପେକ୍ଷା କରିଥିଲେ। ବସ ଆସିବା ପରେ ସଂଯୁକ୍ତା ଓ ତାଙ୍କ ପରିବାର ଚଢିବା ସମୟରେ ଅଭିଯୁକ୍ତାମାନେ ଜାଣିଶୁଣି ଭିଡ଼ କରି ତାଙ୍କର ମୋବାଇଲ ଫୋନ ଚୋରି କରି ନେଇଯାଇଥିଲେ ।ଏନେଇ ସଂଯୁକ୍ତା ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ କରି ଅଭିଯୁକ୍ତାମାନଙ୍କୁ ଧରିବାପାଇଁ ସାଧାପୋଷାକଦାରୀ ପୋଲିସ ଗହଳିରେ ଜଗି ରହିଥିଲେ ।ଅନ୍ୟଜଣେ ମହିଳାଙ୍କ ଭୟାନିଟ କାଟିବାବେଳେ ସାଧାପୋଷାକଧାରୀ ପୋଲିସ ହାବୁଡରେ ମହିଳା ଗ୍ୟାଙ୍ଗ ଧରାପଡିଥିଲେ । ଥାନାରେ ସେମାନେ ତାଙ୍କ ଦୋଷ ସ୍ୱିକାର କରିବାସହ ଯାତ୍ରୀମାନଙ୍କଠାରୁୁ ଲୁଟିଥିବା ୫ମୋବାଇଲଫୋନ,ଗୋଟିଏପର୍ସ,ଏଟିଏମ,ଆଧାରକାର୍ଡକୁ ପୋଲିସ ଜବତ କରି ସୋମବାରଦିନ ଏହି ଗ୍ୟାଙ୍ଗକୁ କୋର୍ଟଚାଳଣ କରିଛି ।
Prev Post