ଭୁବନେଶ୍ୱର,୩୦/୫(ଏସଏସନିଉଜ) ଜଣେ ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।ମହିଳାଜଣଙ୍କ ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ସହକାରୀ ପ୍ରଫେସର ଭାବେ କାଯ୍ୟ କରୁଥିଲେ । ପ୍ରଫେସରଙ୍କ ଘର ଛତିଶଗଡ଼ରେ ହୋଇଥିବାବେଳେ ସେ ପ୍ରାଥମିକ ଅଭିଯୋଗ ଛତିଶଗଡ଼ର କବୀରନଗର ଥାନାରେ କରିଥିଲେ ।ପରେ ଛତିଶଗଡ଼ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ସହକାରୀ ମହିଳା ପ୍ରଫେସରଙ୍କୁ ନିଶା ଦେଇ ସପ୍ତାହେ ଧରି ଦୁଷ୍କର୍ମ ପରେ ୨ ଲକ୍ଷ ଟଙ୍କା ବ୍ଲାକମେଲ କରି ଅଭିଯୁକ୍ତ ନେଇଥିବାର ଅଭିଯୋଗ ହୋଇଛି ।